ଖେଳ

ବି ଏସ ଏଫ ଓ ସିଆଇଏସଏଫ ତରଫରୁ ଅସ୍ତଶସ୍ତ୍ର ସହ ଡଗ ଶୋ

କୋରାପୁଟ ଜ଼ିଲ୍ଲା ଜୟପୁର ସ୍ଥିତ ରଜା ନଗର ପରିସରରେ ବିଏସଏଫ ଓ ସିଆଇଏସଏଫ ତରଫରୁ 60 ବର୍ଷ ପୂର୍ତ୍ତି ଅବସରରେ ସିଲଭର ଜୁବୁଲି ଉପଲକ୍ଷେ ଅସ୍ତ୍ରଶସ୍ତ୍ର ଓ ଡଗ ଶୋ ପ୍ରଦର୍ଶନୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୟପୁର ର ରଜା ବିଶ୍ଵଶ୍ୱର ଚନ୍ଦ୍ରଚୂଡ଼ଦେବ, ବିଏସଏଫ ଡିଆଇଜି ସତ୍ୟୱାନ କାଞ୍ଚି ଯୋଗ ଦେଇଥିଲେ। ଦେଶ ପାଇଁ ବଳି ଦେଇଥିବା ବୀର ଯବାନ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ତାଙ୍କ ପରିବାର ଙ୍କୁ ସଂମ୍ମାନିତ କରାଯାଇଥିଲା। ବିଏସଏଫ, କୋବ୍ରା ତରଫରୁ କଳା କୌଶଳ ପ୍ରଦର୍ଶନୀ କରାଯାଇଥିଲା।

ଦେଶ ସେବାରେ ତାମିଲ ପ୍ରାପ୍ତ ଡଗ ଙ୍କ ଭୂମିକା ଅତୁଳନୀୟ ରହି ଆସିଛି । ତାମିଲ ପ୍ରାପ୍ତ ଡଗ ଙ୍କ ଦ୍ଵାରା ବିଭିନ୍ନ ଶୋ କରାଯାଇଛି। ବିଏସଏଫ, ସିଆରଏଫ ଙ୍କ ଦ୍ଵାରା ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ପ୍ରଦର୍ଶନୀ କରାଯାଇଥିଲା। ଏହି ଶୋ ଦେଖିବା ପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବୁଲି ଦେଖିଥିଲେ। ଆମ ସୁରକ୍ଷା ବାହିନୀ ସୀମା  ରେ କିପରି ଶତ୍ରୁ ଜବଳ ରୁ ଦେଶକୁ ସୁରକ୍ଷା ଦେଉଛନ୍ତି ସେ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷା ବାହିନୀ ବର୍ଣ୍ଣନା କରିଥିଲେ। ଆମେ ବି ଦେଶ ର ସୁରକ୍ଷା ପାଇଁ ଆଗେଇ ଆସିବୁ ବୋଲି ଛାତ୍ର ଛାତ୍ରୀ କହିଥିଲେ।

Related posts

ଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?

mahabharatanews

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

mahabharatanews

ଏକନାଥଙ୍କୁ ଡେପୁଟି ଓ ୧୩ ମନ୍ତ୍ରୀ ପଦର ଲୋଭ

mahabharatanews