ଓଡିଶା

୭୦ ଲକ୍ଷରେ ୧୭ଟି ମାଛ 

(ଚାନ୍ଦେନେଶ୍ୱର) : ୭୦ ଲକ୍ଷ ଟଙ୍କାର ମାଛ । ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ସମୁଦ୍ରରୁ ଧରାଯାଇଥିବା ୩୦ କେଜି ଓଜନର ୧୭ଟି ‘ଭେକ୍‌ଟି’ ମାଛ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଏହି ମାଛର ବିଭିନ୍ନ ଅଂଶ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ତେଣୁ ଅନ୍ୟ ମାଛଠାରୁ ଭେକ୍‌ଟି ମାଛକୁ ଲକ୍ଷ ଲକ୍ଷ ଟଙ୍କା ଦେଇ କିଣି ନେଇଥା’ନ୍ତି ଔଷଧ ପ୍ରସ୍ତୁତକାରୀ କମ୍ପାନି।

ସୂଚନାନୁଯାୟୀ , ବୁଧବାର ବଡ଼ି ଭୋର୍‌ରୁ ମାଛ ଧରିବା ପାଇଁ ଟ୍ରଲର୍‌ରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଭଦ୍ରକ ଜିଲ୍ଲା ଧାମରା ମୁହାଁଣ ଓ ବାଲେଶ୍ବର ଜିଲ୍ଲା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଁଣରୁ ମୋଟ ୧୭ଟି ତେଲିଆ ଭେକ୍‌ଟି ମାଛ ଧରିଥିଲେ। ମାଛଗୁଡ଼ିକର ଓଜନ ପ୍ରାୟ ୩୦କେଜି ହେବ। ମାଛଗୁଡ଼ିକୁ ଦୀଘା ବଜାରକୁ ଅଣାଯିବା ପରେ କୋଲକାତାସ୍ଥିତ ଜିକେଡି ନାମକ ଏକ ଔଷଧ କମ୍ପାନି ସର୍ବାଧିକ ୭୦ ଲକ୍ଷ ଟଙ୍କାରେ ମାଛଗୁଡ଼ିକୁ କିଣି ନେଇଥିଲା।

Related posts

କେମିତି ମଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେଇଆ ଲଳିତ ସାହୁ ? ରାତି ଅଧିଆ ପୋଷ୍ଟ ମର୍ଟମ ନେଇ ଉଠିଲା ପ୍ରଶ୍ନ

mahabharatanews

54 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ; ବିଭିନ୍ନ ବିଭାଗ ଉପରେ ଆଲୋଚନା

mahabharatanews

ରାସ୍ତା କଡରୁ ଟିଫିନ ବୋମା ଜବତ

mahabharatanews