Uncategorized

୧୮ ହାତୀଙ୍କ ମୃତଦେହ ଠାବ: କାରଣ ଅସ୍ପଷ୍ଟ

ଗୌହାଟୀ: ଆସାମର ନାଗାଓଁ ଜିଲ୍ଲା ଜଙ୍ଗଲରେ ଏକକାଳୀନ ୧୮ ହାତୀଙ୍କ ମୃତଦେହ ଠାବ କରାଯାଇଛି । ଏହି ହାତୀ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲ ଭିତରେ ପ୍ରଥମେ ଏକ ପାହାଡ ତଳେ ଚାରି ହାତୀଙ୍କ ମୃତଦେହ ଠାବ ହୋଇଥିଲା । ପରେ ଅପରାହ୍ନରେ ସ୍ଥାନୀୟ ଲୋକଙ୍କ ସୂଚନାରେ ବନଅଧିକାରୀ ଜଙ୍ଗଲରେ ପହଞ୍ଚି ଯାଞ୍ଚ କରିବା ବେଳେ ୧୮ ହାତୀଙ୍କ ମୃତଦେହ ଠାବ କରିଥିଲେ । ଏତେ ସଂଖ୍ୟକ ହାତୀ ମରିବାର ଏ ହେଉଛି ପ୍ରଥମ ଘଟଣା ।
ତେବେ ଏହି ମୃତ୍ୟୁ ବଜ୍ରାଘାତରୁ ହୋଇଥିବାକୁ ବିଶେଷଜ୍ଞ ଖାରଜ କରିଛନ୍ତି । କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ବିଷାକ୍ତ ଖାଦ୍ୟ ବା ଅନ୍ୟ କୌଣସି କାରଣ ହାତୀ ମୃତ୍ୟୁର କାରଣ ବୋଲି ସନ୍ଦେହ କରୁଛନ୍ତି । ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି । ଏହି ହାତୀ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଆପ୍ ରେ ଯୋଗ ଦେବେ ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

mahabharatanews

ଷ୍ଟାର ପ୍ରଚାରକ ତାଲିକାରୁ ହଟିଲେ ଦୁଇ ବିଜେପି ନେତା

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews