ଏଣିକି କାଚ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ । ନୂଆ ଅବକାରୀ ନୀତିରେ ଟେଟ୍ରା ପ୍ୟାକ ବ୍ୟବହାର ନେଇ ଆସିଲା ଗାଇଡ଼ଲାଇନ। ଟେଟ୍ରା ପ୍ୟାକରେ ରହିବ 6 ସୁରକ୍ଷା ଲେୟାର । କେବଳ 180 ଏମଏଲ ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ମିଳିବ । ଟେଟ୍ରା ପ୍ୟାକ ତିଆରି କରୁଥିବା ସଂସ୍ଥା Indian institute of packaging କିମ୍ଭା ସେଣ୍ଟ୍ରାଲ ଫୁଡ ଟେକନୋଲୋଜି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟରର ସାର୍ଟିଫିକେଟ ଥିବା ଦରକାର । ପରିବେଶ ପ୍ରଦୂଷଣ ରୋକିବାକୁ ଟେଟ୍ରା ପ୍ୟାକରେ ମଦ ବିକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏହା ସହ ପୁରୀ ବେଳା ଭୂମିରେ ଖୋଲିବନି ମଦ ଦୋକାନ. କିନ୍ତୁ ଅନ୍ୟ ଅଞ୍ଚଳ ବେଳାଭୂମିରେ ମିଳିବ ଅନୁମତି. ମଦ ନୀତିରେ ସରକାର କହିଛନ୍ତି ଯେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଆଇଟିଡିସିକୁ ଲାଇସେନ୍ସ ଫି’ର ଅଧା ଦାମରେ ମଦ ଦୋକାନ ଦିଆଯିବ। ଓଟିଡିସିକୁ ଇକୋ-ରିଟ୍ରିଟ ସ୍ଥଳରେ ମଦ ବିକିବାକୁ ଅସ୍ଥାୟୀ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ। ଏହାଛଡା ପର୍ଯ୍ୟଟନକୁ ପ୍ରୋତ୍ସାହିତ ବେଳାଭୂମିରେ ମଦ କୁଡିଆ ପାଇଁ ଅନୁମତି ମିଳିବ।ଓଟିଡିସି ସିଧାସଳଖ ମଦ କୁଡିଆ ଖୋଲି ମଦ ବିକ୍ରି କରିପାରିବ ନଚେତ ଆଉ କାହାରିକୁ ଏହି ମଦ କୁଡିଆ ଖୋଲି ଚଳାଇବାର ଦାୟିତ୍ଵ ମଧ୍ୟ ଦେଇ ପାରିବ । ବାର୍ଷିକ ଲାଇସେନ୍ସ ଫି’ ୭୫ ହଜାର ଟଙ୍କା ମାତ୍ର ରହିବ।ମଦ କୁଡିଆ ଲାଇସେନ୍ସକୁ ସ୍ବତନ୍ତ୍ର ଭାବରେ ‘ଅନ ରେଷ୍ଟୁରାଣ୍ଟ’ ବର୍ଗରେ ନିଆଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ଭିଭିଭୂମି ଯଥା ବିଜୁଳି ସଂଯୋଗ, ପାଣି ସଂଯୋଗ, ବର୍ଜ୍ୟ ପରିଚାଳନା ଓଟିଡିସି କରିବ ।
previous post
