ଓଡିଶାରାଜନୀତି

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

ଭୁବନେଶ୍ୱର: ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ଶନିବାର ବିଜେଡିରୁ ଅଜୟ ଇସ୍ତଫା ଦେଇଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ ଅଜୟ । ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ ଅଜୟ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଅଜୟ । ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳରେ ଯୋଗଦେଲେ ଅଜୟ ନାୟକ । ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଦଳର ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ବିଜେପି ରାଚ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

mahabharatanews

କଲ୍ୟାଣୀ ଯୁବଶକ୍ତି ସଂଗଠନର ସଫେଇ କାର୍ଯ୍ୟକ୍ରମ

mahabharatanews