Uncategorized

ବନ୍ଦେ ଭାରତ ମିଶନରେ ବିଦେଶରୁ ମୁମ୍ବାଇ ଆସିଲେଣି ୧୯ ହଜାର ୬୦୪

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧୀନରେ ବିଭିନ୍ନ ଦେଶରୁ ୧୨୫ଟି ବିମାନରେ ୧୯ ହଜାର ୬୦୪ ଜଣ ଭାରତୀୟଙ୍କୁ ମୁମ୍ବାଇ ଅଣାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଓମାନ୍‍, ଦକ୍ଷିଣ ଆଫ୍ରିକା, ଆୟାରଲ୍ୟାଣ୍ଡ, କତ୍ତର, କାଜାଖ୍ସ୍ଥାନନ, ମରିସସ୍‍ ଇଣ୍ଡୋନେସିଆ, ବ୍ରିଟେନ୍‍, ମାଲେସିଆ, କୁଏତ୍‍, ଇଥିଓପିଆ, ସିଙ୍ଗାପୁର, ଜାପାନ, ଆଫଗାନିସ୍ଥାନ, ନେଦରଲ୍ୟାଣ୍ଡ୍ସି, ଶ୍ରୀଲଙ୍କା, ମ୍ୟାଁମାର, ଫିଲିପାଇନ୍ସ , ଆମେରିକା, ବାଂଲାଦେଶ, ତାଞ୍ଜାନିଆ, ସ୍ପେନ୍‍, ଓ ବ୍ରାଜିଲ୍‍ରୁ ୧୨୫ଟି ବିମାନରେ ପ୍ରାବସୀଙ୍କୁ ମୁମ୍ବାଇ ଅଣାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।
ଏହା ବ୍ୟତୀତ ଜୁଲାଇ ପହିଲା ସୁଦ୍ଧା ମୁମ୍ବାଇରେ ଆଉ ୪୫ଟି ବିମାନ ଆସି ଅବତରଣ କରିବ। ସେହି ଲୋକମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ଦେଶର ଅନ୍ୟାନ୍ୟ ରାଜ୍ୟର ଅଧିବାସୀମାନେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ହଜାର ୮୯୯ ଜଣ ଲୋକ ମହାରାଷ୍ଟ୍ରର ହୋଇଥିବା ବେଳେ ୭ ହଜାର ୨୧୮ ଜଣ ମୁମ୍ବାଇର ରହିଛନ୍ତି।

Related posts

ଜାତିସଂଘ ମୁଖ୍ୟାଳୟରୁ ସିଧାପ୍ରସାରଣ କରାଯିବ ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ୧୦୦ତମ ଅଧ୍ୟାୟ

mahabharatanews

ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

mahabharatanews

ଦୀପାବଳିରେ ଶ୍ମଶାନକୁ ଝୋଟିରେ ସଜେଇ ଦୀପଦାନ କରିବାର ରହିଛି ପରମ୍ପରା

mahabharatanews