ଓଡିଶା

୧୯୯୮ ମସିହା ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ପର୍ବ

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠର ୧୯୯୮ ମସିହାର ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଦୀପକ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଶିକ୍ଷକ ଶ୍ରୀନିବାସ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ପଦ୍ମଜରଣ ହରିଚନ୍ଦନ, ଧୋବେଇ ଜରଣ ପରିଡାଙ୍କ ସହ ବିଦ୍ୟାଳୟର କର୍ମଚାରୀ ରମେଶ ପରିଡା, ପଦ୍ମନାଭ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକ ମାନଙ୍କୁ ଗୁରୁପୂଜା କରାଯାଇଥିଲା । ପରେ ପରେ ଉପସ୍ଥିତ ଥିବା ଛାତ୍ର ସୁକାନ୍ତ ସାହୁ, ଅଭିମନ୍ୟୁ ସାହୁ, ସଦାଶିବ ପରିଡା, ଛାତ୍ରୀ ଅଞ୍ଜନା ପ୍ରଧାନ, ସୁମିତା ଦାସ, ଚିନ୍ମୟୀ ପରିଡା, ତନ୍ମୟ ସ୍ୱାଇଁ, କଳ୍ପତରୁ ବିଶ୍ୱାଳ ବିଦ୍ୟାଳୟ ସମୟରେ ଅତିବାହିତ କିଛି ସ୍ମରଣୀୟ ଘଟଣା ମାନ ଆଲେଚନା କରି ନିଜ ନିଜ ମଧ୍ୟରେ ଦୁଃଖ ସୁଖ ଆଦାନ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନାରେ ସାମିଲ ହୋଇ କିଛି କରିବା ପାଇଁ ଆଲେଚନା କରାଯାଇଥିଲା । ବିଶେଷ କରି ଶିକ୍ଷା, କ୍ରୀଡା, ସବୁଜ ବଳୟ, ସ୍ୱଚ୍ଛ ଭାରତ ଆଦି କାର୍ୟ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲେଚନା କରାଯାଇଥିଲା ।

Related posts

ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସମବାୟ ସମିତି ନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ ଶିବିର ଆରମ୍ଭ

mahabharatanews

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews