(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଆଚାର୍ୟ୍ୟ ହରିହର ଦାଶଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀ ପାନ୍ଥନିବାସ ପରିସରରେ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ପ୍ରଥମ ବାଷିକ ମହୋତ୍ସବ ପାଳନ କରିବାକୁ ଯାଉଛି । ମାତ୍ର ଏଥିରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚୟନରେ ପାତର ଅନ୍ତର କରାଯାଇଛି ବୋଲି ସାମ୍ବାଦିକ ହୃଷିକେସ ମହାପାତ୍ର କହିଥିଲେ । ଏହାକୁ ମଧ୍ୟ ଅନେକ ସାମ୍ବାଦିକ ମାନେ ସ୍ୱାଗତ କରିଥିଲେ । ଅନ୍ୟପକ୍ଷେ ସକାଳ୭ ଘଣ୍ଟିକା ଠାରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ କରାଯିବ । ପଞ୍ଚସଖାଙ୍କ ସମାଧି ପୀଠରେ ମାଲ୍ୟାର୍ପଣ ଆରମ୍ଭ କରାଯିବା ପରେ ଯୋଗଶିବିର, ରକ୍ତଦାନ ଶିବିର, ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଶିବିର, ଭାଗବତ ତତ୍ତ୍ୱ ପୟବଚନ ଓ ଭାଗବତ ଟୁଙ୍ଗି ମାନଙ୍କୁ ଭାଗବତ ପୁସ୍ତକ ବିତରଣ କରାଯିବ । ପରେ ପରେ ସମ୍ମାନୀତ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଏହା ସହ ସତ୍ୟବାଦୀର ସର୍ବଙ୍ଗ ଉନ୍ନତୀ ପାଇଁ କେତେ ଗୁଡିଏ ଦାବୀ ବିଧାୟକ ଓ ମନ୍ତ୍ରୀଙ୍କ ପାଖରେ ରଖାଯିବ ବୋଲି ଶ୍ରୀ ବରାଳ କହିଥିଲେ ।ଶେଷରେ ସତ୍ୟବାଦୀ ସଂଗୀତ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ଦାଶ, ସୁଶାନ୍ତ କୁମାର ରଥ, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
previous post