Uncategorized

ପ୍ରଳୟଙ୍କାରୀ ମହାବାତ୍ୟାର ଅକୁହା କଥା

ବ୍ୟୁରୋ : ସତରେ ଯେବେ ମନେ ପଡିଯାଏ ମହାବାତ୍ୟା । ସେତେବେଳେ ତାଜା ହୋଇଯାଏ ୨୩ ବର୍ଷ ତଳର ସେହି ଲୋମଟାଙ୍କୁରା କାହାଣୀ । ଘନ ଘନ ରେଡିଓରେ ଚାଲିଥାଏ ବାତ୍ୟା ସୂଚନା । କିନ୍ତୁ କେତେ କେତେ ଭୟଙ୍କର ହେବ ତାହା ଜଣା ପଡୁନ ଥାଏ । ସୁ ସୁ ବାତ୍ୟା ପବନର ବିକଟାଳ ରଡି ଆଉ ଘୁ ଘୁ ସମୂଦ୍ରର ଗର୍ଜନ ଉଜାଡି ଦେଇଥିଲା କେତେ ଘର କେତେ ସଂସାର । ଜୀବନ ବଞ୍ଚାଇବା ପାଇଁ କିଏ ଗଛ ଉପରେ ତ କିଏ ଚାଳ ଉପରେ ବସି ରହିଲେ । କେଉଁଠି ବାପା ଆଗରେ ପିଲା ଛୁଆ ଭାସିଗଲେ ତ କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀ । କେହି କିଛି ଭାବିବା ଆଗରୁ ହିଁ ସବୁ କିଛି ଉଜୁଡିଗଲା । କିଛି କିଛି ଜାଗାରେ ତ ପୁରା ପରିବାର ନିଶ୍ଚିହ୍ନ ହୋଇଯାଇଥିଲା । କେବଳ ଏତିକି ନୁହେଁ କେତେ ଯେ, ଜୀବଜନ୍ତୁ ମଲେ ତାହାର ହିସାବ କାହା ପାଖରେ ନାହିଁ।ଚାରିଆଡ଼େ ଦେଖିବାକୁ ମିଳିଥିଲା ବାତ୍ୟାର ପଦଚିହ୍ନ।
ବାତ୍ୟା ଯେତିକି କଷ୍ଚ ଦେଲା ତାହାଠାରୁ ଢେର ଅଧିକ କଷ୍ଟ ଦେଲା ସମୁଦ୍ର। ପାଖାପାଖି ୨ କିମି ପର୍ୟ୍ୟନ୍ତ ମାଡ଼ି ଆସିଲା ସମୁଦ୍ର ଜୁଆର। ୩୦ ଫୁଟ୍‌ ଜୁଆରରେ ଭାସିଗଲା ହଜାର ହଜାର ଘର। ସମୁଦ୍ର,ବର୍ଷା ଓ ପବନ ସାଙ୍ଗ ହୋଇ ପ୍ରଳୟ କରିଥିଲେ। ପାଖାପାଖି ୩୫୦ କିମି ବେଗରେ ବୋହିଥିଲା ପବନ। ଆଉ ୩୬ ଘଂଟା ଧରି ତାଣ୍ଡବ କରିଥିଲା ବାତ୍ୟା। ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର, ଆଉ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଏବେ ତ ସମୟ ବଦଳିଛି । ଲୋକେ ବାତ୍ୟାର ପୂର୍ବ ସୂଚନା ପାଇପାରୁଛନ୍ତି । ଆଉ ପୂର୍ବରୁ ବାତ୍ୟାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇ ପାରୁଛନ୍ତି । ହେଲେ ମହାବାତ୍ୟା ସମୟରେ ଲୋକେ ଆଗରୁ ଜାଣି ପାରି ନଥିଲେ । ଯେଉଁଥିପାଇଁ ଆଜିବି ଲୋକେ ସଳଖି ଛିଡା ହୋଇପାରିନାହାନ୍ତି । ଘର ପରିବାରକୁ ହରାଇ ବେସାହାରା ହୋଇଯାଇଛନ୍ତି ଅନକେ । ବର୍ଷ ପରେ ବର୍ଷ ବିତିଯାଇଛି ହେଲେ ସେହି କ୍ଷତ ଆଉ ବାତ୍ୟାର ସେହି ବିରହ ଜାତନା ଆଜିବି ଭିଜାଇ ଦେଉଛି ଅନେକଙ୍କ ଆଖି ।

ମହାବାତ୍ୟା ପରେ ପରେ ରାଜ୍ୟବାସୀଙ୍କ ଭରସା ଜିତିଥିଲେ ନବୀନ ପଟ୍ଟନାୟକ । ବିପର୍ୟ୍ୟୟ ପରିଚାଳନା ପାଇଁ ଗଠନ ହୋଇଥିଲା ଓସଡମା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରାକୃତିକ ବିପର୍ୟ୍ୟୟ ଆକଳନ ଓ ମୁକାବିଲା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ । ବହୁମୁଖୀ ଆଶ୍ରୟସ୍ଥଳୀ ସହିତ ମିଶନ ଜିରୋ କାଜୁଆଲଟି ଓଡିଶାକୁ କରିଛି ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲାର ରୋଲ ମଡେଲ୍ । ମହାବାତ୍ୟା ପରେ ବି ହୁଦହୁଦ, ଫାଇଲିନ, ତିତଲି, ଫନି, ୟସ୍, ଅମ୍ପନ ଓ ଜୱାଦ ପରି ଅନେକ ବଡ଼ ବଡ଼ ବାତ୍ୟା ଆସିଛି । ହେଲେ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି, ମିଶନ ଜିରୋ କାଜୁଆଲଟି ଓ ନୂତନ ଜ୍ଞାନକୌଶଳରେ ମୁକାବିଲା ଯୋଗୁ ଧନ ଜୀବନ ସୁରକ୍ଷିତ ରହିଛି । ବାତ୍ୟାକୁ ନେଇ ଲୋକେ ଆଗୁଆ ସୂଚନା ପାଉଛନ୍ତି। ଲୋକେ ସତର୍କ ହେଉଛନ୍ତି। ଯୁଗ ବଦଳିଛି। ଆଧୁନିକ ଜ୍ଞାନକୌଶଳରୁ ଜଣା ପଡୁଛି ବାତ୍ୟାର ଗତିପଥ। ଆଗଭଳି ଆଉ ଜୀବନ ପ୍ରତି ଭୟ ନାହିଁ। କିନ୍ତୁ ପଛକଥା ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି। ସତରେ ଏ ବାତ୍ୟା କେବେ ନ ଆସୁ….

Related posts

କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

mahabharatanews

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

mahabharatanews

ରିଚାର୍ଡ ଡକିନ୍ସ ୨୦୨୦ ବିଜୟୀ ଜାଭେଦ ଅଖତରଙ୍କୁ ଆଶୁତୋଷ ଗ୍ୱାରିକରଙ୍କ ଶୁଭେଚ୍ଛା

mahabharatanews