ଭୁବନେଶ୍ୱର: ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) କାର୍ୟ୍ୟାଳୟରେ ଫଳାଫଳ ଘୋଷଣା କରାଯାଇଛି। orissaresults.nic.inରେ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ମିଳିବ ।
କଳାରେ ଚଳିତ ବର୍ଷ ରେଗୁଲାର ପାସ୍ ହାର ୯୮.୫୮% ସହ ମୋଟ ୧,୮୯,୩୬୩ ରୁ ୧,୮୬,୬୮୫ ଜଣ ପାସ୍ କରିଛନ୍ତି। ଏକ୍ସରେଗୁଲାରେ ୨୬,୧୮୯ ରୁ ୬,୯୪୩ ଓ କରେସ୍ପୋନ୍ଡେନ୍ସରେ ୪,୫୨୯ ରୁ ୩,୩୩୧ ପାସ୍ କରିଛନ୍ତି। ରେଗୁ ସବୁ ବର୍ଗରେ ମୋଟ ୨,୨୦,୦୮୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧,୯୬,୯୫୯ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ୮୯.୪୯% ରହିଛି। ସେହିପରି ୮୪,୯୦୦ ଛାତ୍ର ଓ ୧,୧୨,୦୫୯ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୮୫.୯୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୪% ରହିଛି। ୩୦,୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୬,୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧,୧୯,୫୦୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।