Uncategorized

ରାଜସ୍ଥାନ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରି୨ ବିଜେପି ବିଧାୟକ ଗିରଫ

ଜୟପୁର: ରାଜସ୍ଥାନରେ କଂଗ୍ରେସ ନେତୃତାଧୀନ ଅଶୋକ ଗେହଲଟଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରି ୨ ବିଜେପି ନେତାଙ୍କୁ ପୁଲିସ ଶନିବାର ଗିରଫ କରିଛି। ସେମାନଙ୍କ କଲ୍‌ ରେକର୍ଡରୁ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ପଦାକୁ ଆସିଛି।
ରାଜସ୍ଥାନରେ ବିଧାୟକମାନଙ୍କର କିଣାବିକା ମାମଲାରେ ଭରତ ମାଲାନୀ ଏବଂ ଅଶୋକ ସିଂହଙ୍କ ନାମ ସାମ୍ନାକୁ ଆସିଛି। ଏମାନଙ୍କୁ ଉଦୟପୁରରୁ ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ପୁଲିସ ଗିରଫ କରିଛି। ସରକାର ଭାଙ୍ଗିବା ଉଦ୍ଦେଶ୍ୟରେ ବିଧାୟକମାନଙ୍କୁ କିଣିବାକୁ ଉଦ୍ୟମ ହୋଇଥିବା ମାଲାନୀଙ୍କ କଲ୍‌ ରେକର୍ଡିଂରୁ ଜଣାପଡ଼ିଛି ବୋଲି ରାଜସ୍ଥାନ ଏସଓଜି ପକ୍ଷରୁ କୁହାଯାଇଛି। ବିଜେପି ରାଜ୍ୟରେ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଏସଓଜି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିଛି ଫୋନ କଲ୍‌ ରେକର୍ଡ କରାଯିବା ସମୟରେ ଅଶୋକ ଗେହଲଟଙ୍କ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଏସଓଜିକୁ ତଥ୍ୟ ମିଳିଥିଲା।

Related posts

୨, ୬୧. ୭୬, ୧୪୦ରେ ପହଞ୍ଚିଛି ବିଶ୍ୱ କରୋନା ସଂକ୍ରମଣ 

mahabharatanews

ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ମକର ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ

mahabharatanews

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews