ଅପରାଧ

୨ ଗୋରୁ ବୋଝେଇ କଣ୍ଟେନର ଜବତ

(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲାରେ ପୁଣି ଗୋରୁ ଚାଲାଣ ସକ୍ରିୟ ହୋଇଛି । ଆନନ୍ଦପୁର ଅଞ୍ଚଳରେ ବୁଧବାର ୪୦ଟି ଗୋରୁଙ୍କୁ ବୋଝେଇ କରି ନେଉଥିବା ଦୁଇଟି କଣ୍ଟେନରକୁ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ, କଣ୍ଟେନର ଦୁଇଟି ଗୋରୁଙ୍କୁ ପାଖ ରାଜ୍ୟକୁ ଚାଲାଣ କରୁଥିବା ବେଳେ ପୋଲିସର ଏକ ପାଟ୍ରୋଲିଂ ଟିମ୍ ଖବର ପାଇ ଗାଡିକୁ ଅଟକାଇବାକୁ ଉଦ୍ୟମ କରିଥିଲା । ଫଳରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ କଣ୍ଟେନର ଦୁଇଟିକୁ ଜବତ କରିବା ସହ ୪୦ଟି ଗୋରୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଜିଲ୍ଲାରେ ଗୋରୁଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ଏନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ବୃଦ୍ଧା ହତ୍ୟା ଘଟଣାରେ ୨ ଗିରଫ

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

ସିପିଏମ ବିଧାୟକଙ୍କ ପିଏସଓଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

mahabharatanews

Leave a Comment