ଅପରାଧ

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ବାଇକ୍ ଧରି ଦୁର୍ବୃତ୍ତ ଫେରାର

(ବାଲେଶ୍ୱର/ମହାଭାରତ): ବାଲେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ତାଙ୍କ ବାଇକ୍ ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଅଧିନସ୍ଥ ଝଗଡପାରି ଅଞ୍ଚଳର ସମବାୟ ସମିତିର କର୍ମଚାରୀ ବିଦ୍ୟାଧର ସାମଲ ଟଙ୍କା କଲେକ୍ସନ ପାଇଁ ଯାଇଥିଲେ । କାମ ସାରି ଫେରୁଥିବା ବେଳେ ଧୁଷୁଳି ଓ ବାଲିପାଳ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଏହି ସମୟରେ ସେମାନଙ୍କୁ ବିରୋଧ କରିବାରୁ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ସେମାନେ ହାଣି ଟଙ୍କା ନ ନେଇ ବାଇକ୍ ଧରି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Related posts

ରାଗରେ ଅନ୍ଧହୋଇ ଗଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

mahabharatanews

ସାମାନ୍ୟ ବଚସାରୁ ଯୁବକଙ୍କୁ ଗଳାକାଟି ହତ୍ୟା

mahabharatanews

ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ

mahabharatanews