(ବାଲେଶ୍ୱର/ମହାଭାରତ): ବାଲେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ତାଙ୍କ ବାଇକ୍ ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଅଧିନସ୍ଥ ଝଗଡପାରି ଅଞ୍ଚଳର ସମବାୟ ସମିତିର କର୍ମଚାରୀ ବିଦ୍ୟାଧର ସାମଲ ଟଙ୍କା କଲେକ୍ସନ ପାଇଁ ଯାଇଥିଲେ । କାମ ସାରି ଫେରୁଥିବା ବେଳେ ଧୁଷୁଳି ଓ ବାଲିପାଳ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଏହି ସମୟରେ ସେମାନଙ୍କୁ ବିରୋଧ କରିବାରୁ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ସେମାନେ ହାଣି ଟଙ୍କା ନ ନେଇ ବାଇକ୍ ଧରି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
previous post
next post