ଓଡିଶା

ରାଜ୍ୟରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ପ୍ରତିଦିନ ଭୟଙ୍କର ହେବାରେ ଲାଗିଛି । ରାଜ୍ୟରେ ୨୪ଟି ଜିଲ୍ଲାରୁ ଆଜି ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖା ପ୍ରାଣହରାଇଛନ୍ତି ଏହି ଭୂତାଣୁ ସଂକ୍ରମଣରେ । ଗଞ୍ଜାମରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୭୭ ବର୍ଷ ହୋଇଥିବା ବେଳେ ଯାଜପୁର ମୃତକଙ୍କ ବୟସ ୬୪ ଥିଲା। ଏହା ପରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୧ରେ ଓ ଯାଜପୁର ଜିଲ୍ଲାର ପ୍ରଥମ କରୋନା ମୃତ୍ୟୁ ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଟ୍ୱିଟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ପ୍ରାଣ ହରାଇଥିବା ୭୭ ବର୍ଷୀୟ କରୋନା ଆକ୍ରାନ୍ତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଯାଜପୁରରୁ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ମଧୁମେହରେ ପୀଡ଼ିତ ଥିଲେ ।
ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ଗଞ୍ଜାମର ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ପଜିଟିଭ୍ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏବେ ବିଭିନ୍ନ କୋଭିଡ୍‌ ହସପିଟାଲରେ ୩,୨୫୪ ଜଣ ଚିକିତ୍ସିତ ହେଉଛନ୍ତି।

Related posts

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି: ୯୨୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଅଲୌକିକ ଘଟଣାରେ ବିମୋହିତ ଭକ୍ତ ଜନ

mahabharatanews