ଓଡିଶା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ୨ ଜଣ ହେଲେ ଯାଜପୁର ଜିଲ୍ଲା ଟମକା ଥାନା ଜନିନ୍ଦାପାଳ ଗାଁର ନିତୁ ମାରାଣ୍ଡି ଓ ତାଙ୍କର ସମ୍ପର୍କୀୟ ଶ୍ୟାମସୁନ୍ଦର ମାରାଣ୍ଡି। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ରାଇଘାଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ହୋଇଥିବା ବେଳେ ଶ୍ୟାମସୁନ୍ଦର ଜିଆର୍ ପି ପୋଲିସରେ କାର୍ୟ୍ୟରତ ଥିଲେ । ଆଜି ଅପରାହ୍ଣରେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ଘର ବାହାରେ ଏକ ଜିଆଇ ତାରରେ ଲୁଗା ଶୁଖାଉଥିଲେ। ସେହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ତାଙ୍କର ସମ୍ପର୍କୀୟ ବ୍ୟକ୍ତି ପ୍ରୟାସ କରିଥିଲେ। ତେବେ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ଦୁହେଁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ଟମକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ଲୁଗା ଶୁଖାଉଥିବା ତାରଟିରେ କୌଣସି କାରଣବଶତଃ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଏଭଳି ଘଟଣା ଘଟିଥିବା ପୁଲିସ କହିଛି।

Related posts

ଗଜପତି ଏସ୍ପି ସଚେତନତା ଗୀତ ଗାଇଲେ

mahabharatanews

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

mahabharatanews

ଲ୍ୟାମ୍ପ ନିଆଁରେ ଛାତ୍ରୀଙ୍କ ମୃତ୍ୟୁ

mahabharatanews