ଓଡିଶା

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ଵର : ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ପ୍ରଦାନ କରିଛନ୍ତି । ମୋଟ ୨୧ଟି ଜିଲ୍ଲା ପାଇଁ ୨୨୦ ଥାନାରେ ୯୦୫ ନୂଆ ପୁଲିସ ପଦବୀ ସହ ରାଜ୍ୟରେ ଆଉ ୬ଟି ନୂଆ ଥାନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଥିବା ୬ଟି ଆଉଟ ପୋଷ୍ଟକୁ ଅଧିକ ମଜଭୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୁଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବା ସହ ନୂଆ ୬ ଟି ଥାନା ପ୍ରତିଷ୍ଠା କରାଯିବ । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା । ଏହି ୬ ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯିବ ।

Related posts

ରାଜ୍ୟରେ ଆଉ ୭ ଜଣଙ୍କ କରୋନାରେ ମୃତ୍ୟୁ ପରେ ମୋଟ ସଂଖ୍ୟା ୧୫୪

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୬ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

mahabharatanews