Uncategorized

ସ୍କୁଲ ଛାତ୍ରଙ୍କ ପକେଟରେ ବାଣ ବିସ୍ପୋରକ ହୋଇ ୨ ଛାତ୍ର ଗୁରୁତର

କନ୍ଧମାଳ : ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଂଚାୟତର କରୁମୁଣ୍ଡା ସେଣ୍ଟ ଜାଭିଆର ସ୍କୁଲରେ ଛାତ୍ର ପକେଟ ରେ ବିସ୍ପୋରକ ଫୁଟିବା ଘଟଣାରେ ବାଲିଗୁଡା ପୋଲିସର ଛାନଭିନ ଆରମ୍ଭ । ସ୍କୁଲ ପରିସରରେ ପହଂଚି ସରଜମିନ ତଦନ୍ତ କରିଛି ବାଲିଗୁଡା ପୋଲିସ । ଛାତ୍ର ଜଣକ କଉଠୁ ଏହି ବିସ୍ପୋରକ ପାଇଲେ ସେ ନେଇ ସ୍କୁଲ କର୍ତ୍ତୃପକ୍ଷକୁ ପଚରା ଉଚରା କରିଛି ପୋଲିସ । ପକେଟରେ ବିସ୍ପୋରକ ଫୁଟି ଗୁରୁତର ହୋଇଥିବା ଜୋସ ନାୟକ ବ୍ରହ୍ମପୁର ମେଡିକାଲ ରୁ କଟକ ଏସସିବି ମେଡିକାଲ କୁ ସ୍ଥାନାନ୍ତର ହୋଇଛନ୍ତି । ଜୋସ ଙ୍କ ଡାହାଣ ହାତର ପାପୁଲି ସମ୍ପୂର୍ଣ୍ଣ ଭାବେ ଉଡିଯାଇଥିଲା ବିସ୍ପୋରଣ ରେ । ଆଜି ଜୋସ ଙ୍କ ଡାହାଣ ହାତର ପାପୁଲି କଟାଯିବା ସମ୍ଭାବନା ରହିଛି । ଅନ୍ୟ ଜଣେ ଛାତ୍ର ଫୁଲବାଣୀ ମେଡିକାଲ ରେ ଚିକିସ୍ତିତ ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ ଭିକ୍ଟର ଯୋଜେପ । ଗତକାଲି ବିଦ୍ୟାଳୟ ରେ ନିଜ ପେଣ୍ଟ ପକେଟ ରେ ବିସ୍ପୋରକ ଧରିଥିବା ସମୟରେ ବିସ୍ପୋରଣ ଘଟି ଦୁଇ ଛାତ୍ର ଗୁରୁତର ହୋଇଥିଲେ ଓ ଜଣେ ଆହତ ହୋଇଥିଲେ । ତେବେ ଗତକାଲି ବିସ୍ପୋରଣ ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବେଶ ଭୟବିତ୍ତ ହୋଇଛନ୍ତି । ତେଣୁ ଆଜି ବିଦ୍ୟାଳୟ କୁ ଛୁଟି କରା ଯାଇଛି ।

 

 

Related posts

ସିଏଏ ହିଂସା: ୟୁପିର ୨୧ ଜିଲ୍ଲାରେ କଡା ନିରାପତ୍ତା ବ୍ୟବସ୍ଥା

mahabharatanews

କୋରୋନାକୁ ନେଇ ନୋଏଡାରେ ସ୍କୁଲ ବନ୍ଦ

mahabharatanews

ମହାରାଷ୍ଟ୍ରରେ କ୍ରେନ୍‌ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୨୦ ପାର

mahabharatanews