ଭାରତ

ରାଜଧାନୀ ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ

ନୂଆ ଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ । ଆଉ ଏଥିପାଇଁ ଦିଲ୍ଲୀର ସମସ୍ତ ବର୍ଡରକୁ ସିଲ କରି ଦିଆଯାଇଛି । ଗାଜିପୁର ବର୍ଡର, ଟିକିରୀ , ଶମ୍ଭୁୂ ଏବଂ ସିଙ୍ଘୁ ବର୍ଡରକୁ ସିଲ କରାଯିବା ସହିତ ପୋଲିସ ଏବଂ ସୁରକ୍ଷାବଳ ଜଗି ରହିଛନ୍ତି । ଚାଷୀ ଯେଭଳି ଦିଲ୍ଲୀରେ ପ୍ରବେସ ନକରନ୍ତି , ସେଥିପାଇଁ ସିଲ ସବୁ କରିଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି । ପଞ୍ଜାବ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାସ୍ତାରେ ଚାଷୀଙ୍କ ଦିଲ୍ଲୀ ଚଲୋ ଘୋଷଣା ପରେ ପଞ୍ଜାବ- ହରିୟାଣା ବର୍ଡର ମଧ୍ୟ ସିଲ କରାଯାଇଛି । ଦିଲ୍ଲୀରେ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ୧୪୪ ଧାରା ଲାଗିଛି । ଚାଷୀଙ୍କୁ ରାକିବାପାଇଁ ସିମେଣ୍ଟ ବ୍ୟାରିକେଡ ରାତାରାତି କରାଯାଇଛି । ଏଥିପାଇଁ ସାଧାରଣ ଲୋକ ଘରୁ ବାହାରିବାରେ ଅସୁବିଧା ହୋଇପାରେ ତେଣୁ ମେଟ୍ରୋ ବ୍ୟବହାର କରିବା ପାଇଁ ଅପିଲ କରାଯାଇଛି ।
ଗତରାତିରେ ଚଣ୍ଡିଗଡରେ ଉଭୟ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ପ୍ରାୟ ୫ ଘଣ୍ଟା କାଳ ଆଲୋଚନା ଚାଲିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ପାରି ନଥିଲା । ଏହି ଆଲୋଚନାରେ ମୁଖ୍ୟତଃ ୬ ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିôଲା । ସେଥି ମଧ୍ୟରୁ ୩ଟିରେ ସହମତି ହୋଇଥବବା ବେଳେ ୩ଟିର ସମାଧାନର ବାଟ ଫିଟି ପାରି ନଥିଲା । ତେବେ ଏହି ଆନ୍ଦୋଳନରେ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ , ଦହନ ଶୀଳ ପଦାର୍ଥ , ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି ।

Related posts

ପ୍ରେମିକାକୁ ଭିଡିଓ କଲ କରି ଫାଶୀ ଦେଇ ଆତ୍ମହତ୍ୟା କଲା ପ୍ରେମିକ

mahabharatanews

ମଣିପୁର ହିଂସା; ୫୩  ଅଧିକାରୀଙ୍କ ଟିମ୍ ଗଠନ କଲା ସିବିଆଇ

mahabharatanews

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

mahabharatanews