ଓଡିଶା

“ନାଗରିକତା ସଂଶୋଧନ ଆଇନ୍ ୨୦୧୯” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

(ଅଜିତ ସାହୁ )ଜଳେଶ୍ବର: ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ “ନାଗରିକତା ସଂଶୋଧନ ଆଇନ୍ ୨୦୧୯” ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ପ୍ରଫେସର ସୁଶୀଲ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାଏକ,ମୁଖ୍ୟ ବକ୍ତା ଭାବରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ଡ଼ା- ରାମକୃଷ୍ଣ ପ୍ରଧାନ ଯୋଗ ଦେଇ ଆଇନ୍ ସପକ୍ଷରେ ଏବଂ ବିପକ୍ଷରେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ମୁଖ୍ୟ ପ୍ରଫେସର ସବିତା ପ୍ରଧାନ ଆଲୋଚନାର ଲକ୍ଷ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲା ବେଳେ ଅଧ୍ୟାପକ ଶୈବାଳକାନ୍ତୀ ପ୍ରଧାନ, ଜଗଦୀଶ ଚନ୍ଦ୍ର ଗିରି,ତନୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଇନ୍ ବିଷୟରେ ବିଶଦ ଆଲୋଚନା କରିଥିଲେ । ପ୍ରଫେସର କେଦାରସିଂ ଦାସ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ , ଡଃ ଧୀରେନ୍ଦ୍ର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀମାନେ ନିଜ ନିଜର ସ୍ବଲିଖିତ ସନ୍ଦର୍ଭ ଉପସ୍ଥାପନ କରିବା ସହ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ସ୍କାଉଟ୍ ଏଣ୍ଡ ଗାଇଡ୍ସ ଛାତ୍ରଛାତ୍ରୀ ସ୍ବାଗତ ସଂଗୀତ ପରିବେଶଣ କରିଥିଲେ। ଛାତ୍ରୀ ପ୍ରିତିରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

 ବୈତରଣୀ ଉପରେ ଅଟକିଗଲା  ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

mahabharatanews

“ବିଜେଡି ୨୪ଟି ଆସନରେ ବିଜୟୀ ହେବ”

mahabharatanews

୫ଟି  ଟିଚିଂ ହସ୍‌ପିଟାଲ ଉଦଘାଟିତ

mahabharatanews