ଓଡିଶା

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ନିର୍ବାଚନମଣ୍ଡଳୀ ଗୋପୀନାଥପୁର ଠାରେ ବିଜେପିପକ୍ଷରୁ ଗୋପୀନାଥପୁର ଓ ସତ୍ୟଭାମାପୁର ପଂଚାୟତର ଦଳୀୟ ସଂଗଠନକୁ ମଜବୁତ କରିବା ନେଇ ବନ୍ଧୁମିଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜେପି ମହିଳା ଉପ ସଭାନେତ୍ରୀ ପୂର୍ଣ୍ଣିମା ବସ୍ତିଆ, ମଣ୍ଡଳ ସଭାପତି ସମ୍ରାଟ କେଶରୀ ଲେଙ୍କାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଦଳୀୟ ସଂଗଠନକୁ ମଜବୁତ କରିବା, ଦଳୀୟ କର୍ମୀଙ୍କୁ ଉଜ୍ଜୀବିତ କରିବା ଓ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ହେଉଛି ବୈଠକର ମୂଳଲକ୍ଷ୍ୟ। କେନ୍ଦ୍ରସରକାରଙ୍କ ଯୋଜନା ଯେଉଁଭଳି ଭାବେ ରାଜ୍ୟ ସରକାର ବାଟମାରଣାକରିବା ସହ ନିଜନାମରେ ନାମିତ କରୁଛନ୍ତି । ତାହା ବିରୁଦ୍ଧରେ ଆଗକୁ ଆନ୍ଦୋଳନ କରାଯିବ ବୋଲି କଟକ ଜିଲ୍ଲା ବିଜେପି ସଭାପତି ଚେତାବନୀ ଦେଇଛନ୍ତି ।

Related posts

ଡିଜିଟାଲ ଆରେଷ୍ଟର ଶିକାର ହେଲେ ରାଜଧାନୀର ମହିଳା

mahabharatanews

ହନୁମାନପୁର ଗାଁ ଅତାବିରା ଆଦିବାସୀ ବସ୍ତିରୁ ମୋଦୀ ଅନ୍ନ ଯୋଜନାର ଶୁଭାରମ୍ଭ

mahabharatanews

ତେନ୍ତୁଳିଖୁଣ୍ଟି ବିଡିଓଙ୍କ ବଦାନ୍ୟତା

mahabharatanews