(ମହାଭାରତ, ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ସ୍ଥାନୀୟ ରୋୟାଲ ପଡିଆ ଠାରେ ପୁସ୍ତକ ମେଳା ଇଙ୍କଫେଷ୍ଟ-୨୦୨୦ ଉଦ୍ୟାପିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ବିଭାଗର ମିଳିତ ସହଯୋଗରେ ଏହି ମେଳା ଆୟୋଜିତ ହୋଇଥିଲା । ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ସପ୍ତାହେ ଧରି ଚାଲିଥିବା ଏହି ପୁସ୍ତକ ମେଳାରେ ୬୦ଟି ଷ୍ଟଲରେ ବହି ବିକ୍ରି କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକେ ଏଠାରେ ସେମାନଙ୍କ ମନପସନ୍ଦର ବହି ସବୁ କିଣିଥିଲେ । ଏହି ମେଳାର ଉଦ୍ୟାପନୀ ଉତ୍ସବରେ ସୋନପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗ ଦେଇଥିଲେ । ଆଜିର ଏହି ଡିଜିଟାଲ ଯୁଗରେ ବହିର ଗୁରୁତ୍ୱ ରହିଥିବା ଦର୍ଶାଇଥିଲେ । ଏହାସହ ବହିକୁ ଭଲ ପାଇଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢିବା ଅଭ୍ୟାସ ସୃଷ୍ଟି ହେବ କହିଥିଲେ । ପୁସ୍ତକ ମେଳାର ଉଦ୍ୟାପନୀ ଉତ୍ସବରେ ଏସପି ଦେବୀ ପ୍ରସାଦ ଦାସ ଯୋଗ ଦେଇ ଅଭିଭାବକମାନେ ପିଲାମାନଙ୍କ ମଧ୍ୟରେ ବହି ପଢିବାର ଆଗ୍ରହ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ବହି ସହ ଘନିଷ୍ଠତା ବଢିଲେ ପିଲାଙ୍କ ମଧ୍ୟରେ ସଂସ୍କାର ଦେଖାଦେଇଥାଏ ବୋଲି କହିଥିଲେ । ପୁସ୍ତକ ମେଳା ଇଙ୍କଫେଷ୍ଟ ୨୦୨୦ର ଉଦଯାପନୀ ସଭାରେ ଉପସଭାପତି ଗତିକୃଷ୍ଣ ମିଶ୍ର ପରିଚାଳନା କରିଥିଲେ ।
next post