ଓଡିଶା

ବାଜି ମାରିଲା ଓଡ଼ିଶାର ‘ପ୍ରଜ୍ଞାପନ ମେଢ

(ଦିଲ୍ଲୀ) :  ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ତେବେ ସବୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମାତ ଦେଇ ବାଜି ମାରିଲା ଓଡ଼ିଶାର ‘ପ୍ରଜ୍ଞାପନ ମେଢ’ । ପ୍ରଥମ ସ୍ଥାନ ପାଇଲା ଓଡ଼ିଶା ପ୍ରଜ୍ଞାପନ ମେଢ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ , ବିଚାରକ ମଣ୍ତଳୀ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଅଧିକ ପସନ୍ଦ କରିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଥି ଗୁଜୁରାଟ ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନରେ ରହିଥି ତାମିଲନାଡୁର ପ୍ରଜ୍ଞାପନ ମେଢ । ସେହିପରି ଜନତାଙ୍କ ପସନ୍ଦ ଅନୁସାରେ ପ୍ରଥମ ସ୍ଥାନରେ ରହିଥି ଗୁଜୁରାଟ ରାଡ୍ୟ, ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରେଦଶ ଏବଂ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ର୍ରପ୍ରଦେଶ । ତେବେ ଏଥର ନାରୀ ସଶକ୍ତିକଣର ବାର୍ତ୍ତା ସହ ରଘୁରାଜପୁରର କଳା ଓ ସମ୍ବଲପୁରୀ ନୃତ୍ୟରେ ଝଲସିଲା କର୍ତ୍ତବ୍ୟ ପଥ ଏବଂ ପୁରା ବିଶ୍ୱ ଦେଖିଥିଲା ଓଡ଼ିଶାର କଳା । ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତର ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ।

Related posts

ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ

mahabharatanews

ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ

mahabharatanews

ବନ୍ଧାକୋବି ଚାଷରୁ ମିଳିଲାନି ଲାଭ

mahabharatanews