ଓଡିଶା

ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ

(ଭୂବନେଶ୍ୱର): ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗଛି । ଗୁରୁବାର ପୁଣି ୨୧୦ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ୪୭, କେନ୍ଦୁଝର ୫, ଦେବଗଡ ୧, ନବରଙ୍ଗପୁର ୨, ନୟାଗଡ ୩, କଟକ ୫, ଅନୁଗୁଳ ୧, ବାଲେଶ୍ୱର ୨, ଢେଙ୍କାନାଳ ୭, ଯାଜପୁର ୮, ପୁରୀ ୮, ଗଜପତି ୨୯, ସୁନ୍ଦରଗଡ ୬, କେନ୍ଦ୍ରାପଡା ୩, ସମ୍ବଲପୁର ୧, ବଲାଙ୍ଗୀର ୧୧ ଓ ମୟୁରଭଞ୍ଜରୁ ୭ ଜଣ ରହିଛନ୍ତି । ସେହିପରି କୋଲକାତାରୁ ବାତ୍ୟା ଅମ୍ଫନର ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା ଆଉ ୬ ଜଣ ଏନଡିଆରଏଫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

mahabharatanews

ଆଜି ଶପଥ ନେବେ ନୂଆ ମନ୍ତ୍ରୀ

mahabharatanews

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ 

mahabharatanews