ଭାରତସ୍ୱାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ବଢିଛି , ୨,୨୦୮ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇ ୨୦୦୦ ଟପି ଯାଇଥିବା ରେକର୍ଡ କରାଯାଇଛି। ଦେଶରେ କୋଭିଡ୍‌ ସଂକ୍ରମଣ ୧ ହଜାର ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ , ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୨୦୮ କରୋନା ନୂଆ ସଂକ୍ରମଣ ଓ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୨୦୮ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୪୯,୦୮୮ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ହୋଇଥିବା ୧୨ଜଣକ ମୃତ୍ୟୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୮,୯୯୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୦୦,୬୯୧। ।

Related posts

ଥମୁନି ମଣିପୁର ହିଂସା : ରାଜପଥ-୨ରେ ବଡ଼ ଧରଣର ଅବରୋଧ 

mahabharatanews

କଓ୍ବର୍ଦ୍ଧାରେ ସଡ଼କ ଦୁର୍ଘଟଣା, ୧୮ ମୃତ

mahabharatanews

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

mahabharatanews