ଭାରତ

ଥମୁନି ମଣିପୁର ହିଂସା : ରାଜପଥ-୨ରେ ବଡ଼ ଧରଣର ଅବରୋଧ 

(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି।ଫଳରେ ଏହି ଗୁରୁତ୍ବପୂର୍ଣ୍ଣ ମାର୍ଗ ଦେଇ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି। ପେଟ୍ରୋଲ କଳାବଜାରରେ ଲିଟର ପିଛା ୨ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି।

ଏନେଇ ଶାହ କହିଛନ୍ତି ଯେ ଖାଦ୍ୟ, ଔଷଧ, ପେଟ୍ରୋଲ/ଡିଜେଲ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ଜାତୀୟ ରାଜପଥରୁ ଅବରୋଧ ତୁରନ୍ତ ହଟାଯିବା ଜରୁରୀ।

 

Related posts

 ପ୍ରାଣ ପ୍ରତିଷ୍ଠା ପାଇଁ ୭ହଜାର ଭିଭିଆଇପି ନିମନ୍ତ୍ରିତ

mahabharatanews

ଓଡିଶା ଆସିବେ ମୋଦୀ, ଶାହା ଏବଂ ଯୋଗୀ  

mahabharatanews

ଗ୍ୟାସ ଓ କ୍ଷୀର ପରେ ବଢିଲା CNG ଦର ।

mahabharatanews