ଓଡିଶା

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ

(ଶିମିଳିପାଳ) : ଦେଶୀ ବନ୍ଧୁକର ଗନ୍ତାଘର ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ପୁଣି ମିଳିଛି ୨୩ଟି ଦେଶୀ ବନ୍ଧୁକ । ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ଗତ ଦୁଇ ମାସରେ ସର୍ଚ୍ଚ ଅପରେସନ କରି ଉକ୍ତ ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ଶିମିଳିପାଳ ସଂଲଗ୍ନ ଥିବା ୯ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଏଥି ସହିତ ୮ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେଥିମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶୀପୁର ଥାନା ଓ ଠାକୁରମୁଣ୍ଡା ଥାନା ଗୋଟିଏ ଲେଖାଏଁ ବନ୍ଧୁକ ଜବତ ହୋଇଛି । ସେହିପରି ବଡ଼ସାହି ଥାନା ୩ଟି, ଉଦଳା ଥାନା ୫ଟି, ଖୁଣ୍ଟା ଥାନା ୮ଟି ଓ କପ୍ତିପଦା ଥାନା ପୋଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ଏନେଇ ୯ଟି ଥାନାରେ ୧୪ଗୋଟି ମାମଲା ରୁଜୁ କରାଯାଇଛି ।

Related posts

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବାକୁ ନେଇ ଉତ୍ତେଜନା

mahabharatanews

ଆଜି ମହାପ୍ରଭୁଙ୍କ ସୁନାବେଶ

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

mahabharatanews

Leave a Comment