ଓଡିଶା

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ତିଳପଦା ଗାଁ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟି ସୁସ୍ଥ ଥିବା ଜଣାପଡିଛି । ମାତ୍ର ୩ରୁ ୪ ଦିନ ପୂର୍ବେ ଶିଶୁଟି ଜନ୍ମ ନେଇଥିବା ଅନୁମାନ କରାଯାଉଛି । ଗୁରୁବାର ସକାଳେ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗାଁ ନିକଟ ରାସ୍ତା କଡରେ ଶିଶୁଟି କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ । ପରେ ଗାଁ ଲୋକେ ଖୋଜାଖୋଜି କରିବା ପରେ ଶିଶୁକନ୍ୟାକୁ ରାସ୍ତା କଡରୁ ଉଦ୍ଧାର ରକିଥିଲେ । ଏବେ ଶିଶୁଟିକୁ ଗାଁର ଜଣଙ୍କ ଘରେ ରଖାଯାଇଛି । ସ୍ଥାନୀୟ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି ।

Related posts

ରଥଯାତ୍ରାରେ ସାମିଲ ସବୁ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ

mahabharatanews

ଦଲକ: ଅଗ୍ନିକାଣ୍ଡରେ ୮ବଖରା ପାଉଁଶ, ୨ ପରିବାର ନିସ୍ୱ

mahabharatanews

ପୋଖରୀରେ ବୁଡି ଗଲେ ଦୁଇ ସାଙ୍ଗ

mahabharatanews