ଭାରତ

ଦିଲ୍ଲୀରେ ୨୬ ପର୍ଯ୍ୟନ୍ତ ଉଡିବନି ବିମାନ

(ଦିଲ୍ଲୀ) :  ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ ଉଡ଼ିବନି ବିମାନ। ଆଜିଠାରୁ ଜାନୁଆରି ୨୬ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହେବ ଏହି ନିୟମ। ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ କୌଣସି ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ ନାହିଁ କିମ୍ବା କୌଣସି ବିମାନ ଏଠାରୁ ଉଡ଼ାଣ କରିବ ନାହିଁ। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖାଯାଇଛି ଯେ, ୧୯ରୁ ୨୬ଜାନୁଆରି ମଧ୍ୟରେ ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବ ନାହିଁ। ସେଥିପାଇଁ ଦିଲ୍ଲୀ ମେଟ୍ରୋ ଷ୍ଟେସନ, ପ୍ରମୁଖ ବଜାର ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

Related posts

ବିଜେପି ସଭାପତି ଜେପି ନଡ୍ଡା ଏବଂ ଅମିତ ମାଲଭିଅଙ୍କ ବିରୋଧରେ ଥାନାରେ ଏତଲା

mahabharatanews

କୃଷକ ସଂଗଠନର ‘ରେଳ ରୋକ’

mahabharatanews

୩୦ରେ ଶ୍ରୀରାମ ଏୟାରପୋର୍ଟ 

mahabharatanews