Uncategorized

୨୮ ଦିନିଆ କ୍ୱରେଣ୍ଟିନ: କରୋନା ମୁକାବିଲାରେ କେରଳ ସଫଳ

ତିରୁବନନ୍ତପୁରମ୍: କୋଭିଡ୍-୧୯ ସକ୍ରିୟ ଅଳକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଠାରୁ ସୁସ୍ଥ ହୋଇଥିବା ସଂଖ୍ୟା ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଘୋଷିତ କରିଛି । ସଦ୍ୟ ତଥ୍ୟ ଅନୁସାରେ, ଏପ୍ରିଲ୍ ୧୩ ତାରିଖ ସୁଦ୍ଧା କେରଳରେ କୋଭିଡ୍-୧୯ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ ଥିବା ବେଳେ ସୁସ୍ଥ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୯୮ରେ ପହଞ୍ଚିଛି । ଦେଶରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ କରିଥିବା କେରଳରେ ଏ ପର୍ଯ୍ୟନ୍ତ ୩ଜଣ ବ୍ୟକ୍ତିଙ୍କର କୋଭିଡ ୍-୧୯ ସଂକ୍ରମଣଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ରବିବାର ଦିନ କେରଳର ଅର୍ଥମନ୍ତ୍ରୀ ଟୋମାସ୍ ଆଇଜାକ୍ ଟୁଇଟ୍ କରି ଜଣାଇଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶକୁ ଆଧାର କରି ରାଜ୍ୟ କୋଭିଡ୍-୧୯ ଗ୍ରାଫ୍ର ଊର୍ଦ୍ଧ୍ୱମୁଖୀ ରେଖାକୁ ସମାନ୍ତରଳ ସ୍ତରକୁ ଆଣିପାରିଛି । ସଂକ୍ରମଣ ଦମନ ନିମନ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବିଶ୍ୱର ଶୀର୍ଷସ୍ତରୀୟ ଡାକ୍ତରୀ ବିଶେଷଜ୍ଞ ଏବଂ ସରକାର ସମୂହ ପରାମର୍ଶ ଦେଇଥିଲେ । ଏହି ସମୟ ମଧ୍ୟରେ ସଅଳ ସଂକ୍ରମଣ ଚିହ୍ନଟ, ବ୍ୟାପକ ନମୁନା ପରୀକ୍ଷା ଏବଂ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍, ୨୮ ଦିନିଆ କ୍ୱାରେଣ୍ଟିନ୍ ଜରିଆରେ କେରଳ ଏ ଭଳି ସଫଳତା ହାସଲ କରିଥିବା ଜଣାପଡ଼ିଛି ।

ଜାନୁଆରି ୩୦ ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମଣ ଖବର ଆସିଥିଲା । ଏହା ପରେ କ୍ରମଶଃ ସଂକ୍ରମଣ ବୃଦ୍ଧି ପାଇ ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ୩୭୮ରେ ପହଞ୍ଚିଛି ।

Related posts

ବିହାର: ମୁଖ୍ୟମନ୍ତ୍ରୀ ଆଶାୟୀ ଜେଡିୟୁ ନେତାଙ୍କ ଲଣ୍ଡନ ଫେରନ୍ତା ଝିଅ

mahabharatanews

ଦିଲ୍ଲୀ ହିଂସ।: କଂଗ୍ରେସର ସଂସଦ ବାହାରେ ନାରାବାଜୀ

mahabharatanews

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନୀଳାଚଳ ଷ୍ଟିଲ ପ୍ଲାଣ୍ଟରୁ ପ୍ରତ୍ୟାହାର ହେବ ପୁଞ୍ଜି

mahabharatanews