ଓଡିଶା

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି 

(ଭୁବନେଶ୍ୱର) : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । କିନ୍ତୁ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି । ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୌଦ୍ଧ ଏବଂ ନୂଆପଡା ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏବଂ ଏହି ୨ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

ସୂଚନାନୁଯାୟୀ , ରେକର୍ଡ ତାପମାତ୍ରା ଅନୁଯାୟୀ, ବୌଦ୍ଧ ୪୪, ନୂଆପଡା ୪୪, ଟିଟିଲାଗଡ ୪୩.୮, ବଲାଙ୍ଗୀର ୪୩.୭, ଭବାନୀପାଟଣା ଓ ନୟାଗଡ ୪୩ ଡିଗ୍ରୀ ରେକର୍ଡ ହୋଇଛି । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି ।

Related posts

ଟ୍ରକ୍ ଓଲଟି ୨ ଗୁରୁତର

mahabharatanews

ଆଜି ଭୁବନେଶ୍ୱରରୁ ୨ ପଜିଟିଭ ଚିହ୍ନଟ

mahabharatanews

କୋମାରେ ଅଭିନେତା ରାଜୁ ଶ୍ରୀବାସ୍ତବ

mahabharatanews