ଓଡିଶା

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି 

(ଭୁବନେଶ୍ୱର) : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । କିନ୍ତୁ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି । ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୌଦ୍ଧ ଏବଂ ନୂଆପଡା ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏବଂ ଏହି ୨ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

ସୂଚନାନୁଯାୟୀ , ରେକର୍ଡ ତାପମାତ୍ରା ଅନୁଯାୟୀ, ବୌଦ୍ଧ ୪୪, ନୂଆପଡା ୪୪, ଟିଟିଲାଗଡ ୪୩.୮, ବଲାଙ୍ଗୀର ୪୩.୭, ଭବାନୀପାଟଣା ଓ ନୟାଗଡ ୪୩ ଡିଗ୍ରୀ ରେକର୍ଡ ହୋଇଛି । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି ।

Related posts

ପାଠକ ବାପା, ପୁଅଙ୍କ ସହ ପ୍ରଦୀପଙ୍କୁ କଷ୍ଟଡିକୁ ନେଇ ଜେରା କରିବ ଇଡି

mahabharatanews

ବୃଦ୍ଧି ପାଇଲା ଯୁକ୍ତ ଦୁଇ ଆଡମିଶନ୍ ଅବଧି 

mahabharatanews

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

mahabharatanews