ଓଡିଶା

୨୬ OAS ଅଫିସରଙ୍କୁ ନୂଆ ଦାୟିତ୍ୱ ଦେଲେ ମୋହନ ସରକାର

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଆଜି ପ୍ରଥମକରି ପ୍ରଶାସନିକ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି ମୋହନ ମାଝୀଙ୍କ ସରକାର। ପୂର୍ବରୁ ବିଜେଡି ସରକାର ସମୟରେ ଯେଉଁ ଅଫିସରମାନଙ୍କୁ ଗୁରୁଦାୟିତ୍ୱ ଭାବେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରଖାଯାଇଥିଲା ସେମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ମନୋଜ କୁମାର ସ୍ୱାଇଁ, ଶୁଭ୍ରାଂଶୁ ମିଶ୍ର ଏବଂ ରବୀନ୍ଦ୍ର କୁମାର ସେଠୀଙ୍କୁ ମଧ୍ୟ ନୂଆ ନିଯୁକ୍ତି ମିଳିଛି । ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁସାରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ OAS ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଓଏଏସ ଅଫିସରଙ୍କୁ କେଉଁଠାକୁ ବଦଳି କରାଗଲା ।

ଓଏଏସ ଲାଲା ମନୋଜ କୁମାର ରାୟଙ୍କୁ ଡେପୁଟି ଡିଜି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ, ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ, ଏସକେ ଜମିରୁଦ୍ଦିନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସୁରଞ୍ଜନ ପ୍ରଧାନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, କୈଳାସ ଚନ୍ଦ୍ର ଦାସ, ଯୁଗ୍ମ କମିଶନର, ଭୁବନେଶ୍ୱର ମହାନଗର ନିଗମ, ସୁକାନ୍ତ କୁମାର ବେହେରା, ସଚିବ, ଓଡ଼ିଶା ମାନବାଧିକାର କମିଶନ, ଅଞ୍ଜନ କୁମାର ଦାସ, ଯୁଗ୍ମ ସଚିବ, ସାଧାରଣ ପ୍ରଶାସନ ବିଭାଗ, ପ୍ରତାପ ଚନ୍ଦ୍ର ହୋତା, ସ୍ୱତନ୍ତ୍ର ସଚିବ, ସଂସଦୀୟ ବ୍ୟାପାର, ଅରୂପ କୁମାର ସାହୁ, ଅତିରିକ୍ତ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ,  ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ବିବେକାନନ୍ଦ ସାହୁ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ପ୍ରଶାନ୍ତ କିଶୋର ମହାପାତ୍ର, ଅତିରିକ୍ତ ସଚିବ, ଉଚ୍ଚଶିକ୍ଷା ବିଭାଗ, ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପ୍ରତାପ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ, ସାଧାରଣ ଉଦ୍ୟୋଗ ବିଭାଗ, ଦୀନକୃଷ୍ଣ କର, ଯୁଗ୍ମ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ, ଚିନ୍ମୟ କୁମାର ଆଚାର୍ଯ୍ୟ, ଯୁଗ୍ମ ସଚିବ, ସଂସଦୀୟ ବ୍ୟାପାର, ବିଥିକା ସ୍ୱାଇଁ, ଅତିରିକ୍ତ କମିଶନର, ଚକବନ୍ଦୀ ଓ ବନ୍ଦୋବସ୍ତ,ବାଲେଶ୍ୱର, ଅରୁଣ କୁମାର ମଲ୍ଲିକ, ଯୁଗ୍ମ ସଚିବ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, କୃତିବାସ ରାଉତ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ସବ୍ୟସାଚୀ ହୋତା, ଜେନେରାଲ ମ୍ୟାନେଜର, ଓକାକ୍‌, ଭୁବନେଶ୍ୱର, ମନୋଜ କୁମାର ସ୍ୱାଇଁ, ଯୁଗ୍ମ କମିଶନର, ବିଡିଏ,  ମାନସ ରଞ୍ଜନ ପାଢ଼ୀ, ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗ, ସରୋଜ କୁମାର ରାଉତ, ଅତିରିକ୍ତ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ଣ୍ଣଚନ୍ଦ୍ର ଦଳେଇ, ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ରଶ୍ମୀରଞ୍ଜନ ସାହୁ ମୁଖ୍ୟ, ଜେନେରାଲ ମ୍ୟାନେଜର, ଓସଡମା ।

Related posts

ସାତ ଫୁଟର ଅଜଗର ସାପ ଉଦ୍ଧାର

mahabharatanews

୩୧ରେ କେରଳ ପହଞ୍ଚିବ ମୌସୁମୀ

mahabharatanews

୧୯ରେ ନବଯୌବନ ଦର୍ଶନ, ସରିଲା ବୈଠକ

mahabharatanews