ଓଡିଶା

ସେଲଫି ହେଲା କାଳ: କପିଳଧାରରୁ ଖସି ୨ ଯୁବକଙ୍କ ମୃତ୍ୟୁ

(ଚିତ୍ତରଞ୍ଜନ ସାହୁ/ବରଗଡ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡର ନୃସିଂହନାଥ କପିଳଧାରରୁ ପଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପାଇକମାଳ ଥାନା ଅନ୍ତର୍ଗତ ଝିଟିକି ଗାଁର କ୍ଷୀରୋଦ ସୋନି,ବିଜୟ ମହାକୁଡ଼ ଓ ଘନ ମହାକୁଡ଼ ଗତକାଲି ଏକ ବାଇକରେ ପାଇକମାଳରୁ ବାହାରି ନୃସିଂହନାଥ ଗନ୍ଧମାର୍ଦ୍ଧନ ପାହାଡର କପିଳଧାରକୁ ଯାଇଥିଲେ। ସେଠାରେ ସେଲଫି ନେଉଥିବା ବେଳେ ଅସାବଧାନତା ଯୋଗୁଁ କପିଳଧାରରୁ ତଳେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ କ୍ଷୀରୋଦ ଓ ବିଜୟ ମୃତ୍ୟୁ ବରଣ କରିଥିଲେ। ପରେ ସେମାନଙ୍କ ସହିତ ଯାଇଥିବା ଅନ୍ୟ ଏକ ସାଙ୍ଗ ପାଇକମାଳ ଥାନାକୁ ଆସି ଖବର ଦେବା ପରେ ପୋଲିସ ଡି.ଏସ.ପି. ଦିନେଶ ନାୟକ, ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ଦମକଳ ବାହିନୀ ଓ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ଜଣକର ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ପ୍ରବଳ ବର୍ଷା ସାଙ୍ଗକୁ ରାତି ହୋଇଯିବାରୁ ଶବ ଉଦ୍ଧାର ହୋଇପାରି ନ ଥିବା ଜଣାପଡିଛି । ଉଦ୍ଧାର ଶବଟି କ୍ଷୀରୋଦ ବୋଲି ଚିହ୍ନଟ କରାଯାଇ ବ୍ୟବଚ୍ଛେଦ ପାଇଁ ପଦ୍ମପୁରକୁ ପଠାଯାଇଥିବା ସୂଚନା ମିଳିଛି ।

Related posts

ଗଛରେ ପିଟିଲା ମାରୁତି ଓମିନି ଦୁଇ ଜଣ ଗୁରୁତର

mahabharatanews

୧୨ ଘଣ୍ଟାରେ ସୃଷ୍ଚି ହେବ ଲଘୁଚାପ ; ୭ ଜିଲ୍ଲାକୁ ସତର୍କ ଜାରି 

mahabharatanews

ମାଣ୍ଡିଆ ଗୀତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews