ରାଜନୀତି

ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀଙ୍କୁ ଟିକଟ ଦେବ ବିଜେଡି

ଭୁବନେଶ୍ୱର: ପୁଣି ନବୀନଙ୍କ ଏକ ଐତିହାସିକ ନିଷ୍ପତ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ। ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀଙ୍କୁ ଟିକଟ ଦେବ ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଥିବା ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏପର୍ୟ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ପୂର୍ବଭଳି ରାଜ୍ୟଗୁଡିକ ଏସଇବିସି ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧ ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ବିଜେଡି ସମେତ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖୁଛନ୍ତି। ସଂରକ୍ଷଣ ସୀମା ୫୦% ସୀମିତ ଥିବାରୁ ଏସଇବିସିଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି ।
ରାଜ୍ୟ ସରକାରଙ୍କ ଏସଇବିସି ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି।
ତେଣୁ ପଛୁଆ ବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟ ମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ। ତେବେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପରି ନେବା ପୂର୍ବରୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍କାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଝଋଈଉଙ୍କ ପାଇଁ ଅତି କମ୍ରେ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଗତ ଲୋକସଭା ନିର୍ବାଚନରେ ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ।

 

Related posts

ବିଧାନସଭାରେ ଅପରାଧ ଡାଏରୀ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

mahabharatanews

ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିଥିବା ୮ ସାଂସଦ ନିଲମ୍ବିତ

mahabharatanews

 ପିପିଇ କିଟରେ ବିଧାନସଭା ଭବନରେ  ବିଧାୟକ

mahabharatanews