ଓଡିଶା

କେନ୍ଦୁଝରରେ ଥାଇପାରେ ସୁନା ଖଣି!

କେନ୍ଦୁଝର : ମାଟି ତଳେ ସୁନାଖଣି । କେନ୍ଦୁଝରରେ ଥାଇପାରେ ସୁନା ଖଣି । ବାଂଶପାଳ ବ୍ଲକ ଅଞ୍ଚଳର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜି ସର୍ଭେ ଅଫ୍ ଇଣ୍ଡିଆ । ବଡ଼ ବଡ଼ ମେସିନ୍ ଦ୍ୱାରା ପାଖପାଖି ୧୦୦ ମିଟର ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି । ଏଥିପାଇଁ କ୍ୟାମ୍ପ ବସାଇ ଅଭିଜ୍ଞ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ସାଟେଲାଇଟ୍ ମ୍ୟାପିଂ ଜରିଆରେ ସ୍ଥାନ ସନ୍ଧାନ କରି ନମୁନା ସଂଗ୍ରହ କରାଯାଉଥିବା କୁହାଯାଉଛି ।

ଦକ୍ଷିଣ ଭାରତୀୟ ଫିଲ୍ମ ‘କେଜିଏଫ୍’ ସହ କେନ୍ଦୁଝର ସୁନା ଖଣି ଲାଗି ସର୍ଭେରେ ସାମଞ୍ଜସ୍ୟ ଥିବା ଆଲୋଚନା ହେଉଛି । କେଜିଏଫର ପୂରା ନାଁ କେନ୍ଦୁଝର ଗୋଲ୍ଡ ଫିଲ୍ଡ ବୋଲି ଚର୍ଚ୍ଚା ହେଉଛି । ବହୁ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଂଚଳରୁ ସୁନା ଖଣି ଖନନ ନେଇ ସର୍ଭେ ହୋଇଥିଲା । ସୁନା ଖନନ ହେଲେ ଲାଭଜନକ ହେବ ନାହିଁ ବୋଲି ଆଂଶଙ୍କା କରି ସର୍ଭେ ଓ ତଦନ୍ତ କାର୍ଯ୍ୟ ବନ୍ଦ ରହିଥିଲା ।

Related posts

୨୦୨୬ର ୱାଲ୍ କ୍ୟାଲେଣ୍ଡର୍, ଡେସ୍କ୍ କ୍ୟାଲେଣ୍ଡର୍ ଏବଂ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

mahabharatanews

ନିର୍ବାଚନ ଆୟୋଗଙ୍କ ପ୍ରଥମ ବୈଠକ

mahabharatanews

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା

mahabharatanews