ଓଡିଶା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିଲା ପରିଚାଳନା କମିଟି ବୈଠକ । ଏଥିରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ଟକନିକାଲ ସ୍କାନିଙ୍ଗ ଉପରେ ରାଜ୍ୟସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଶ୍ରୀ ମନ୍ଦିର ଜମିକୁ ଦଲାଲ ମୁକ୍ତ କରାଯିବ  । ଯେକୌଣସି ବ୍ୟକ୍ତି ଶ୍ରୀମନ୍ଦିର ଜମି ଉପରେ ଯଦି ଲୋଲୁପ ଦୃଷ୍ଟି ପଡେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୂ-ସମ୍ପତି ପରିଚାଳନା ଅଧିନିୟମ ପାଇଁ ଆଲୋଚନା ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରି କରାଯିବ  ।

ଅଭଡ଼ା ଯୋଜନାରେ ଆସିଥିବା ୩୫ ଟି ଏସି ମିନି ଇ-ବସ ଓଏସଆଟିସି ଙ୍କୁ ହସ୍ତାନ୍ତର ଉପରେ କରାଯାଇଛି ଆଲୋଚନା । ରାଜ୍ୟ ସରକାରଙ୍କ ଆଲୋଚନା କରାଯାଇ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ଅର୍ପଣ ଚାଉଳ ନେଇ ସେବା ସମ୍ପୃକ୍ତ ନିଯୋଗ ଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦିଆଯିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି ।

Related posts

ଚଣ୍ଡିଖୋଲ ଠାରେ ଫ୍ରି କିଚେନ ସେଣ୍ଟର

mahabharatanews

ରେଳ ଦୁର୍ଘଟଣା : ସାମ୍ନାକୁ ଆସିଲା ସାଙ୍ଘାତିକ ସତ

mahabharatanews

ଗ୍ୟାସ ପାଇଁ ଲୋକ ହନ୍ତସନ୍ତ,ବତରକଙ୍କୁ ତାଗିଦ କଲେ ତହସିଲଦାର

mahabharatanews