(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈ÷ତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇଟି ଅଚିହ୍ନା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଜଣେ ମହିଳା ସାମିଲ ଅଛନ୍ତି । ତେବେ ସେମାନଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । ଫୁଲକଁଳେଇ ଗାଁର କିଛି ଲୋକ ନଦୀ କୂଳକୁ ଯାଇ ଏକ ବସ୍ତାରେ କିଛି ଭାସୁଥିବା ଦେଖି ବାରିଆ ଥାନାକୁ ଖବର ଦେଇଥିଲେ । ବାରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀକୂଳରୁ ବସ୍ତା ଦୁଇଟି ଉଦ୍ଧାର କରିବା ପରେ ଏଥିରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା । କିଏ କେଉଁ କାରଣରୁ ଏହି ହତ୍ୟା କରିଛି ତାହା ଜଣାପଡିନାହିଁ । ଜରି ବସ୍ତାରେ ଦୁଇଟି ଶବକୁ ରଖି ସେଥିରେ ପଥର ଭର୍ତ୍ତି କରି ନଦୀରେ ଫିଙ୍ଗାଯାଇଥିବା ବେଳେ ଶବ ଦୁଇଟି ପାଣିରେ ଫୁଲିବା ପରେ ନଦୀରେ ଭାସୁଥିବା ଦେଖାଯାଇଛି । କେହି ଉଭୟଙ୍କୁ ହତ୍ୟା କରି ବସ୍ତାରେ ବାନ୍ଧି ଆଣି ନଦୀରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଦୀରୁ ବନ୍ଧା ହୋଇଥିବା ବସ୍ତାକୁ ଉଦ୍ଧାର କରି ଖୋଲିଥିଲା । ତେବେ ମୃତଦେହ ପଚିଯାଇଥିବାରୁ ସେମାନଙ୍କ ପରିଚୟ ମିଳିବା କଷ୍ଟକର ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହି ହତ୍ୟାକାଣ୍ଡ ପଛରେ କିଏ ରହିଛି ତାହା ଖୁବ ଶୀଘ୍ର ଜଣାପଡିବ ବୋଲି ଚମ୍ପୁଆ ଏସଡିପିଓ ହରିହର ପାଣି କହିଛନ୍ତି ।
previous post
next post