ଓଡିଶା

ମାଓବାଦୀଙ୍କ ଯୋଜନା ପଣ୍ଡ, ବୋମାକୁ ନିଷ୍କ୍ରିୟ କଲେ ଯବାନ  

(ମାଲକାନଗିରି) : ମାଓବାଦୀଙ୍କ ଯୋଜନା ପଣ୍ଡ । ଯବାନମାନେ ବୋମାକୁ ଉଦ୍ଧାର କରି କଲେ ନିଷ୍କ୍ରିୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ଷଡଯନ୍ତ୍ର କରିଥିଲେ ମାଓବାଦୀମାନେ ମାଟି ତଳେ ଆଇଇଡି ବୋମା ଖଞ୍ଜିଥିବା ବେଳେ ବିଏସଏଫ ଯବାନଙ୍କ ଦ୍ବାରାକୁ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଛି।

ସୁଚନାନୁଯାୟୀ, ପାଖାଞ୍ଜୁର ଥାନା ଅନ୍ତର୍ଗତ କୋଏଲିବେଡା ଓ ସୁଲାଙ୍ଗି ରାସ୍ତାରେ ୨ କିଲୋଗ୍ରାମର ଆଇଇଡି ବୋମା ମାଟି ତଳେ ଖଞ୍ଜି ରଖିଥିଲେ। ବିଏସଏଫ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ସେଠାରେ ଆଇଇଡି ବୋମା ରହିଥିବା ନେଇ ଯବାନମାନେ ଯାଞ୍ଚ କରିବା ବେଳେ ଜାଣିବାକୁ ପାଇଲେ। ବୋମା ନିଷ୍କ୍ରିୟକାରୀ ଦଳ ଆସି ସେହି ବୋମାକୁ ନିଷ୍କ୍ରିୟ କରିଥିଲେ।

Related posts

ଯଜ୍ଞପତି ଫାଉଣ୍ଡେସନର ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

mahabharatanews

ଆଉ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି

mahabharatanews

ସ୍ମାର୍ଟସିଟି ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ

mahabharatanews