ଓଡିଶା

କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ହୋହାଲ୍ଲା

(କଟକ) :  କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ହୋହାଲ୍ଲା । ଏଥିରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ସିଡିଏ ପକ୍ଷରୁ ଦିଲ୍ଲୀର ଏକ ଠିକା ସଂସ୍ଥା ଭାରତ ବିକାଶ ଗ୍ରୁପ୍ କୁ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି । ଏପରିକି ଅନେକ ବିଭାଗରେ ନିଯୁକ୍ତ ସରିଲାଣି । କିନ୍ତୁ କଟକରେ ନିର୍ମିତ ନୂଆ ବସ୍ ଟର୍ମିନାଲରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନାନୁଯାୟୀ ,ଏପରିକି ଏହି ପ୍ରତିବାଦରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ସାମିଲ ହୋଇଥିଲେ । ତରବରିଆ ଭାବେ ନିଯୁକ୍ତି ନଦେଇ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବା ଆବଶ୍ୟକତା ଥିଲା ବୋଲି ଦେବାଶିଷ କହିଛନ୍ତି । କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂହ କହିଛନ୍ତି, ଏ ସମସ୍ୟାର ସମାଧାନ କରାଯିବ । ସ୍ଥାନୀୟ ପିଲା ଯେମିତି ନିଯୁକ୍ତି ପାଇବେ, ସେ ନେଇ ଆମେ ଦାବି ଉପସ୍ଥାପନ କରିବୁ ।

Related posts

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖରର ଇକୋ ରିସୋର୍ଟ ଉଦଘାଟିତ

mahabharatanews

କ୍ରିଷ୍ଟିଆନ ମାଇକେଲଙ୍କୁ ଭେଟିବାକୁ ଓକିଲଙ୍କୁ ମିଳିଲାନି ଅନୁମତି

mahabharatanews

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଦାରିଙ୍ଗବାଡୀର ଜଳପ୍ରପାତ

mahabharatanews