ଅପରାଧ

ସାପ ବିଷ ସ୍ମଗ୍ଲିଂ ବେଳେ ୩ ଗିରଫ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ବେଳେ ଏବେ ଆଉ ଏକ ଅପରାଧ ସାମିଲ ହୋଇଛି । ରାଜଧାନୀରେ ଚାଲିଛି ସାପ ବିଷ ସ୍ମଗ୍ଲିଂ । ଆଜି ଏହି ସ୍ମଗ୍ଲିଂ ବେଳେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ବିଷ ଜବତ କରିଛି ବିଭାଗ ।
ରାଜଧାନୀର ଏୟାରପୋର୍ଟ ଅଞ୍ଚଳରୁ ୩ ଜଣ ସାପ ବିଷ ଚୋରାଚାଲାଣ ଚଳାଇଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ ସେମାନଙ୍କୁ କାବୁ କରି ନେଇଛି । ଗିରଫ ୩ ଜଣ ସାପ ବିଷ ଚାଲାଣ ପାଇଁ ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ । ଚାଲାଣ ପୂର୍ବରୁ ବନବିଭାଗ ଧରିନେଇଛି ଏହି ସାପ ବିଷ ବେପାରୀଙ୍କୁ ଏମାନଙ୍କ ନିକଟରୁ ସାପ ବିଷ ୨ ବୋତଲ ଓ ସିରିଞ୍ଜ ଜବତ ହୋଇଛି ।

Related posts

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

mahabharatanews

ପରିବା ବ୍ୟବସାୟୀଙ୍କୁ ଲୁଟି ଫେରାର ହେବା ବେଳେ ପୁଲିସ ହାତରେ ଦୁଇ ଅପରାଧି

mahabharatanews

ପୂର୍ବ ଶତୃତାରୁ ଛୁରାମାଡ

mahabharatanews