ଅପରାଧ

ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ୩ ଗିରଫ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତରେ କିଛି ଦିନ ତଳେ ହୋଇଥିବା ଏକ ହତ୍ୟାକାଣ୍ଡରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏଠାରେ ଗତ ୭ ତାରିଖରେ ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ମୃତକ ଜଣକ ରେଙ୍ଗଳ ଗାଁର ୬୮ ବର୍ଷିୟ କାଶିନାଥ ମହାପାତ୍ର ବୋଲି ଜଣାପଡିଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ଝିଅ ହତ୍ୟାକାଣ୍ଡକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୋମବାର ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକଙ୍କୁ ଗିରଫ କରାଯିବା ସହ ପୋଲିସ ଜଣକୁ ଅଟକ ରଖିଥିଲା । ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ଡେଲାଙ୍ଗ ଥାନାଧିକାରୀ ସୂଚନା ଦେଇଛନ୍ତି ।

Related posts

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

mahabharatanews

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews

ୱେବ୍‌ ଚ୍ୟାନାଲର ସାମ୍ବାଦିକ ଅଟକ

mahabharatanews