ଅପରାଧ

ସାପ ବିଷ ସ୍ମଗ୍ଲିଂ ବେଳେ ୩ ଗିରଫ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ବେଳେ ଏବେ ଆଉ ଏକ ଅପରାଧ ସାମିଲ ହୋଇଛି । ରାଜଧାନୀରେ ଚାଲିଛି ସାପ ବିଷ ସ୍ମଗ୍ଲିଂ । ଆଜି ଏହି ସ୍ମଗ୍ଲିଂ ବେଳେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ବିଷ ଜବତ କରିଛି ବିଭାଗ ।
ରାଜଧାନୀର ଏୟାରପୋର୍ଟ ଅଞ୍ଚଳରୁ ୩ ଜଣ ସାପ ବିଷ ଚୋରାଚାଲାଣ ଚଳାଇଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ ସେମାନଙ୍କୁ କାବୁ କରି ନେଇଛି । ଗିରଫ ୩ ଜଣ ସାପ ବିଷ ଚାଲାଣ ପାଇଁ ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ । ଚାଲାଣ ପୂର୍ବରୁ ବନବିଭାଗ ଧରିନେଇଛି ଏହି ସାପ ବିଷ ବେପାରୀଙ୍କୁ ଏମାନଙ୍କ ନିକଟରୁ ସାପ ବିଷ ୨ ବୋତଲ ଓ ସିରିଞ୍ଜ ଜବତ ହୋଇଛି ।

Related posts

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews

୧୦୫ ଗ୍ରାମର ଧଳା ଜହର ଜବତ କଲା ପୋଲିସ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews