Uncategorized

୩ ଚୀନ କମ୍ପାନୀର ପ୍ରୋଜେକ୍ଟ ରଦ୍ଦ କଲା ମହାରାଷ୍ଟ୍ର ସରକାର

ମୁମ୍ବାଇ: ଗଲୱାନ ଘାଟିରେ ଚୀନ ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧି ମନୋଭାବ ପ୍ରକାଶ ପାଇଛି । ଚୀନ ସାମଗ୍ରୀ ବର୍ଜନ ପାଇଁ ଦାବି ଜୋର ଧରିଥିବା ବେଳେ ମହାରାଷ୍ଟ୍ର ସରକାର ଚୀନର ୩ କମ୍ପାନୀର ପ୍ରୋଜେକ୍ଟ ରଦ୍ଦ କରିଛନ୍ତି । ଏହି ପ୍ରୋଜେକ୍ଟ ପାଖାପାଖି ୫ ହଜାର କୋଟି ଟଙ୍କାର ଥିଲା । ରଦ୍ଦ କରାଯାଇଥିବା ପ୍ରଜେକ୍ଟରେ ପୁନେ ସୀମାରେ ଥିବା ତାଲେଗାଓଁରେ ଇଲେକ୍ଟ୍ରିକ ଯାନବାହାନର ଫ୍ୟାକ୍ଟ୍ରି ରହିଛି, ଯାହାର ପ୍ରାୟ ୩ ହଜାର ୫୦୦ କୋଟି ଟଙ୍କା ହେବ ।
ଏହା ପୂର୍ବରୁ ଟେଲିକମ ବିଭାଗ ଭାରତ ସଞ୍ଚାର ନିଗମ ଲିମିଟେଡ଼ ୪ଜି ଅପଗ୍ରେଡେସନ ସୁବିଧାରେ ଚୀନ ସାମଗ୍ରୀ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିଲା । ଟେଲିକମ ବିଭାଗ ବିଏସଏନଏଲ ସହିତ ଏ ସମ୍ପର୍କରେ ନିଜ ଟେଣ୍ଡର ଉପରେ ପୁଣିଥରେ କାମ କରିବାକୁ ନିର୍ଦେଶ ଦେଇଛି । ଦେଶର ଘରୋଇ ମୋବାଇଲ ସର୍ଭିସ ଅପରେଟର୍ସ ମଧ୍ୟ ଚୀନ କମ୍ପାନୀର ଉତ୍ପାଦ ଉପରେ କିଭଳି କମ ନିର୍ଭର କରିବେ ତା ଉପରେ ମଧ୍ୟ ଟେଲିକମ ବିଭାଗ ବିଚାର କରୁଛି । ରେଳବାଇ ମଧ୍ୟ ପୂର୍ବରୁ ତାର ପ୍ରୋଜେକ୍ଟ ଚୀନ କମ୍ପାନୀ ସହ ରଦ୍ଦ କରି ସାରିଛି ।

Related posts

ମଧ୍ୟପ୍ରଦେଶ ସଂକଟ ମଧ୍ୟରେ ଜୟପୁର ଅଭିମୁଖେ କଂଗ୍ରେସର ୯୫ ବିଧାୟକ

mahabharatanews

ନାଭିକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଏହି ଉପାୟ

mahabharatanews

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews