Uncategorized

ମୋହନ ସରକାରରେ ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’

ଅନାଥ ପିଲାଙ୍କୁ ସହାୟ ହେଲେ ମୋହନ ସରକାର । ସେମାନଙ୍କ ପାଇଁ ବଜେଟରେ ନୂଆ ଯୋଜନା ହୋଇଛି ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କରାଯାଇଛି । ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ବ୍ୟୟବରାଦ କରାଯାଇଛି ।

ସେହିପରି ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ ହୋଇଛି। ନିର୍ବାଚନ ଇସ୍ତାହାରରେ ବିଜେପି ସୁଭଦ୍ରା ଯୋଜନା ନେଇ ଘୋଷଣା କରିଥିଲା। ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭ ହଜାର ୯୪୨ କୋଟି ବ୍ୟୟବରାଦ କରାଯାଇଛି।

ଅନ୍ୟପଟେ ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ। ପ୍ରଥମ ପର‌୍ୟ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ୮୦ ପ୍ରତିଶତରୁ କମ୍ ହୋଇନଥିବା ଭିନ୍ନକ୍ଷମ ଏହି ଭତ୍ତା ପାଇବେ। ସେହିପରି ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି।

Related posts

କୋରୋନା ଆତଙ୍କ,ମୃତ୍ୟୁସଂଖ୍ୟା ୧୭୦୦ ଛୁଇଁଲା

mahabharatanews

ସିଣ୍ଡୋଲ ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ସରପଞ୍ଚଙ୍କୁ ହତ୍ୟା କାପୁରୁଷତା: କାଶ୍ମୀର ଲ୍ୟୁଟେନାଣ୍ଟ ଗଭର୍ନର

mahabharatanews