ଓଡିଶାରାଜନୀତି

ଆଜିଠାରୁ ରାଜ୍ୟ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର

ମିଶନ ୨୦୨୪ ଲାଗି ରୋଡ ମ୍ୟାପ ପ୍ରସ୍ତୁତି

ପୁରୀ: ଆଜି ଠାରୁ ରାଜ୍ୟ ବିଜେପିର ପୁରୀରେ ୩ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଆସନ୍ତା ୨୦୨୪ ନିର୍ବାଚନ ଲାଗି ଏହା ପୂର୍ବ ପ୍ରସ୍ତୁତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଦଳ ପକ୍ଷରୁ ଏଥିପାଇଁ ନିର୍ଦ୍ଧିଷ୍ଟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପୁରୀ ସ୍ଥିତ ହୋଟେଲ ବ୍ଲୁ ଲିଲି ରିସୋର୍ଟରେ ଏହି ଶିବିର ଅନୁଷ୍ଠିତ ହେଉଛି। ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ ପ୍ରଶିକ୍ଷଣ ବୈଠକରେ ଦଳର ସମସ୍ତ କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦ ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ଯୋଗ ଦେଇଛନ୍ତି। ବିଜେପି ଓ ସଂଘ ପରିବାରର ବରିଷ୍ଠ ସଂଗଠକମାନେ ଅନୁଷ୍ଠିତ ଶିବିରରେ ଯୋଗଦେଇ କ୍ଷେତ୍ରୀୟ ନେତାଙ୍କୁ ସଂଗଠନ ସୁଦୃଢ କରିବାକୁ ପ୍ରଶିକ୍ଷଣ ଦେବେ। ଓଡି଼ଶାରେ ଦଳର କିପରି ସଂଗଠନ ସୁଦୃଢ ହୋଇପାରିବ ସେନେଇ କେନ୍ଦ୍ରୀୟ ନେତାମାନେ ରାଜ୍ୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେବେ। ଚଳିତ ମାସରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡି଼ଶା ଗସ୍ତ ଫଳରେ ରାଜ୍ୟରେ ଏକ ଉଷ୍ମ ବାତାବରଣ ସୃଷ୍ଟି ହୋଇଛି। ଗତ ସପ୍ତାହକ ମଧ୍ୟରେ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡି଼ଶା ଗସ୍ତ କରି ବିଭିନ୍ନ ଜିଲ୍ଲାକୁ ଯାଇ ଦଳର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଫେରିଆସିଛନ୍ତି। ତେବେ ଆସନ୍ତା ୨୮ ଓ ୨୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡି଼ଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ, ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତାମାନେ ଯୋଗଦେବେ।

Related posts

ଜାଡ଼ ବଦଳରେ ଉପରମୁହାଁ ପାରଦ

mahabharatanews

ଏନସିପି ଛାଡିଲେ ଶଙ୍କର ବାଘେଲ

mahabharatanews

ଆଲବମ କୁଇନ ଦୀପାଙ୍କ ପରଲୋକ

mahabharatanews