ବିଶେଷ

କେନ୍ଦ୍ରପଡା: ୩ ମାସରେ ୩ଟି ଜୀବନ ନେଲାଣି କୁମ୍ଭୀର

ଭୁବନେଶ୍ୱର: କୁମ୍ଭୀର ମଣିଷ ଲଢେଇ କେନ୍ଦ୍ରପଡା ଜିଲ୍ଲା ପାଇଁ ଏକ ସାଧାରଣ ଘଟଣା । କେତେବେଳେ ମଣିଷ କୁମ୍ଭୀରର ଶିକାର ହେଉଛି ତ ପୁଣି କେତେବେଳେ କୁମ୍ଭୀର ମଣିଷର । ନଦୀ ନାଳ ଓ ଜଳାଶୟ ଭରା କେନ୍ଦ୍ରା ପଡା ଜିଲ୍ଲା ଭାରତ ବର୍ଷରେ ଏକ ମାତ୍ର ଜିଲ୍ଲା, ଯେଉଁଠି ଘଡିଆଳ, ମଗର ଓ ଲୁଣାପାଣି କୁମ୍ଭୀର ପରି ତିନି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳିଥାଏ । ଏହି ତିନି ପ୍ରଜାତି ହେଲେ ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାର ଭିତରକନିକା ଜାତୀୟ ଉଦ୍ୟାନରେ ୧୯୭୫ ମସିହାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏହି କାର୍ଯ୍ୟକ୍ରମ ସଫଳ ହୋଇଛି ।
ଫଳରେ ଏହି ବୃହତ ଉଭୟଚର ସରୀସୃପଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏମାନ ସଂଖ୍ୟା ବୃଦ୍ଧି ଜନବସତି ପାଇଁ ସତର୍କ ଘଣ୍ଟି ପାଲଟିଛି । ନଦୀକୂଳବର୍ତ୍ତୀ ଜନବସତିରେ ମଣିଷ ଓ କୁମ୍ଭୀର ମଧ୍ୟରେ ଲଢେଇର ବହୁ ଘଟଣା ସାମ୍ନାକୁ ଆସିବାରେ ଲାଗଇଛି । ଅଧିକାରିକ ତଥ୍ୟ ଅନୁଯାୟୀ ଗତ ୧୨ ବର୍ଷରେ ୨୬ ଜଣଙ୍କ ଜୀବନ କୁମ୍ଭୀର ନେଇଥିବା ବେଳେ ଗତ ୩ ମାସରେ ୩ଟି ଜୀବନ ନେଇଛି କୁମ୍ଭୀର ।
ଗତ ଜୁନ ୧୨ ତାରିଖରେ ଜଣେ ବ୍ୟକ୍ତି ଭିତରକନିକା ଅଞ୍ଚଳକୁ ମାଛ ଧରିବାକୁ ଯାଉଥିବା ବେଳେ ଏକ କୁମ୍ଭୀରର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ସେହିପରି ପଟ୍ଟମୁଣ୍ଡାଇ ବ୍ଲକ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟକ୍ତି ବ୍ରାହ୍ମଣୀ ନଦୀରେ ଜୁନ ୧୪ ତାରିଖରେ ଗାଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ମାରି ଦେଇଥିଲା । ଅଗଷ୍ଟ ୬ ତାରିଖରେ ଆଳି ବ୍ଲକ ଶ୍ରୀରାମ ପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିଲା କୁମ୍ଭୀର ।
ତେବେ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଥିବା କୁହାଯାଉଛି । କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯେ।।ଗ, ବନବିଭାଗ ଏହି ସହାୟତା ରାଶି ପ୍ରଦାନ କରୁନାହିଁ । ବନ ବିଭାଗ କୁମ୍ଭୀରଠାରୁ ଲୋକଙ୍କୁ ସୁରକ୍ଷା ଦେବା ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ ।
ଅନ୍ୟପଟେ ବନ ବିଭାଗ ପକ୍ଷରୁ କୁହାଯାଇଛି, ସାଧାରଣତଃ ବର୍ଷା ଋତୁରେ ବନ୍ୟା ଜଳ ପାଇଁ କୁମ୍ଭୀର ବିଭିନ୍ନ ନାଳ, କେନାଲ ଓ ଜଳଶୟକୁ ଚାଲି ଆସିଥାନ୍ତି । ତେବେ ଏନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥାଏ । ଏହା ବ୍ୟତୀତ ଯଦି ଲୋକ ଚାହଁନ୍ତି, ସେମାନଙ୍କ ଗାଧୋଇବା ପାଇଁ ନଦୀରେ ସ୍ୱତନ୍ତ୍ର ଘାଟ କରାଯିବ ଓ ତାହାକୁ ଘେରି କରାଯିବ ।

 

Related posts

ରାଣୀ ଏଲିଜାବେଥ କରୁଥିଲେ ୧୫ ଦେଶରେ ରାଜ୍

mahabharatanews

କାହିଁକି ଆଜି ପର୍ଯ୍ୟନ୍ତ ନୂଆ ବଜେଟ୍ ଖର୍ଚ୍ଚ ହୋଇ ନାହିଁ ? ଉତ୍ତର ଦେଲେ ଆଇନ ମନ୍ତ୍ରୀ

mahabharatanews

ଥଣ୍ଡା ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

mahabharatanews