ଓଡିଶା

ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ୩୨୨୧ ପରୀକ୍ଷା କେନ୍ଦ୍ର

କଟକ: ଚଳିତ ମ୍ୟାଟ୍ରିକ ପରୀକ୍ଷା ମେ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଚଳିତ ପରୀକ୍ଷା ପାଇଁ ୩୨୨୧ ପରୀକ୍ଷା କେନ୍ଦ୍ର ହୋଇଛି । ପରୀକ୍ଷା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ ଗଠନ ହୋଇଛି । ୧୪୦ ସ୍କ୍ୱାଡ ମଧ୍ୟରୁ ୧୦୦ଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗଠନ କରାଯାଇଥିବା ବେଳେ ୪୦ଟି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଗଠନ ହୋଇଛି ।
ଜିଲ୍ଲାସ୍ତରୀୟ ପ୍ରତି କେନ୍ଦ୍ର ପାଇଁ ନିୟୋଜିତ ପର୍ଯ୍ୟବେକ୍ଷକ ପରୀକ୍ଷା ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିବେ । କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ପ୍ରବେଶ, ଯାଞ୍ଚ, ପ୍ରଶ୍ନପତ୍ର ପ୍ୟାକେଟ ଖୋଲା ଓ ଉତ୍ତର ଖାତା ସଂଗ୍ରହ ପରେ ସୁରକ୍ଷିତ ପ୍ୟାକିଂ ପରେ ନୋଡାଲ ଅଫିସକୁ ପହଞ୍ଚାଇବା କାର୍ଯ୍ୟର ସେ ତଦାରଖ କରିବେ । ପରୀକ୍ଷାରେ କୌଣସି ଅବ୍ୟବସ୍ଥା ଦେଖାଦେଲେ ପର୍ଯ୍ୟବେକ୍ଷକ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ । ସେହିପରି ବୋର୍ଡ ପକ୍ଷରୁ ନିୟୋଜିତ ପର୍ଯ୍ୟବେକ୍ଷକ ରାଜ୍ୟର ବିଭିନ୍ନ କେନ୍ଦ୍ର ଓ ନୋଡାଲ କେନ୍ଦ୍ରକୁ ନେଇ ସବିଶେଷ ତଥ୍ୟ ନିୟମିତ ବୋର୍ଡକୁ ଜଣାଇବେ ।
ଚଳିତ ବର୍ଷ ରାଜ୍ୟରେ ୬ ଲକ୍ଷ ୨୯ ହଜାର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ୩୨୨୧ଟି ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି । ସେହିପରି ୬ଟି ଜୋନ୍ ସ୍ତରରେ ୩୨୭ଟି ନୋଡାଲ୍ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିର ମାଟ୍ରିକ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ପର୍ୟ୍ୟନ୍ତ ଚାଲିବ ।

Related posts

୩ ଦଳର ହାଇଭୋଲଟେଜ କ୍ୟାମ୍ପେନ, ନିର୍ବାଚନ ରଣାଙ୍ଗନରେ ୧୧ ପ୍ରାର୍ଥୀ

mahabharatanews

ବ୍ୟାଗରେ ଧରି ମୃତ ଶିଶୁ କନ୍ୟାକୁ ବୁଲିଲା ବାପା

mahabharatanews

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

mahabharatanews

Leave a Comment