ଅପରାଧ

ପୋଲିସ ଚଢ଼ାଉ: ୩୬ ଲିଟର ବେଆଇନ ବିଦେଶୀ ମଦ ଜବତ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ଏକ ଦୋକାନ ଘରେ ଅତର୍କିତ ଚଢ଼ାଉ କରି ବେଆଇନ ମଦ ଜବତ କରିଛି ଓ ଜଣକୁ ଗିରଫ କରିଛି । ସାହସପୁର ହାଟପଦା ଛକରେ ଥିବା ଏକ ଦୋକାନ ଘରେ ଚଢାଉ କରି ୩୬ ଲିଟର ବିଦେଶୀ ମଦ ଜବତ କରିଛି ପୁଲିସ । ଗିରଫ ଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ ସାହସପୁର ଗ୍ରାମର ବାବୁଲା ସାହୁ ।
ଖବରନୁଯାୟୀ, ବାବୁଲା ଦୀର୍ଘଦିନ ଧରି ଉକ୍ତ ଦୋକାନ ଘରେ ବେଆଇନ ଭାବେ ବିଭିନ୍ନ କିସମର ବିଦେଶୀ ମଦ ଲୁଚାଛପାରେ ବିକ୍ରି କରି ଆସୁଥିଲେ । ତେବେ ଆଜି ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଦୋକାନ ଗୃହରେ ଅତର୍କିତ ଚଢ଼ାଉ କରିଥିଲା । ଦୋକାନରୁ ବିଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ବାବୁଲାଙ୍କୁ ଗିରଫ କରି ଥାନା ମାମଲା ନଂ ୨୯୩/୨୧ ଅନୁସାରେ ଏକ ମକଦ୍ଦମା ରୁଜୁ କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ମଲ୍ଲ ସୂଚନା ପ୍ରଦାନ କରିଛନ୍ତି ।

 

Related posts

କୋଭିଡ-୧୯ ସଂକ୍ରମଣ ଭୟରେ ବୃଦ୍ଧଙ୍କ ଆତ୍ମହତ୍ୟା

mahabharatanews

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

mahabharatanews

ବଢୁଛି ବ୍ରାଉନସୁଗାର କାରବାର

mahabharatanews