ଓଡିଶା

ଘୋଷଣା କଲେ SRC

ଭୁବନେଶ୍ୱର: ରାଜ୍ୟରେ ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ଘରେ ପାଣି ପଶିଯିବାରୁ ଘରେ ରହିବା କଷ୍ଟକର ହୋଇ ପଡିଥିବା ବେଳେ ରାସ୍ତା ଉପରେ ଜମି ରହିଥିବା ପାଣି ଯୋଗୁଁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖା ଦେଇଛି । ତେବେ ଏହି ସମୟରେ ଏସଆରସିଙ୍କ ପକ୍ଷରୁ ଏକ ସତର୍କ ସୂଚନା ଜାରି ହୋଇଛି । ଆସ୍ତା ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ ସୂଚନା ଜାରି କରାଇଛନ୍ତି । ଏହା ସହିତ ଆହୁରି ଅଧିକ ବର୍ଷା ତଳିଆ ଅଞ୍ଚଳରେ ବନ୍ୟାର କାରଣ ପାଲଟିପାରେ । ତେଣୁ ସେଠାକାର ଜନବସତିଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି । ଜଳବନ୍ଦୀରେ ରହୁଥିବା ଲୋକମାନଙ୍କୁ ମଧ୍ୟ ସ୍ଥାନାନ୍ତରଣ କରିବା ପାଇଁ ପ୍ରସ୍ତୁତ ରହିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । ସେହିପରି ବିଭିନ୍ନ ସ୍ଥାନରେ ବର୍ଷା ପାଣି ଯୋଗୁଁ ରାସ୍ତା ଘାଟରେ ହୋଇଥିବା କ୍ଷତି ବା ଭାଙ୍ଗି ଯାଇଥିବା ରାସ୍ତାକୁ ଶୀଘ୍ର ମରାମତି କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା ।

Related posts

ନାଁ ନନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର

mahabharatanews

ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

mahabharatanews

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ ଶିକ୍ଷକ ଶିକ୍ଷୟତ୍ରୀ

mahabharatanews