ରାୟଗଡ଼ା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଟ୍ରଲର ଧକ୍କା ଦେଲା ଆମ୍ବୁଲାନ୍ସକୁ। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତେ ଆମ୍ବୁଲାନ୍ସରେ ଥିଲେ। ସେମାନେ ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରୁଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ରହିଛନ୍ତି।
ବିଷମକଟକରୁ ମୃତକମାନେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡାକୁ ଆମ୍ବୁଲାନ୍ସରେ ଫେରୁଥିଲେ। ଝରସୁଗୁଡ଼ାରୁ ଟିକିରି ଯାଉଥିଲା ଏକ ଟ୍ରଲ୍ର । ମଂଜରିକୋପା ନିକଟରେ ଟ୍ରଲର ଆମ୍ୱୁଲାନ୍ସକୁ ପିଟି ଦେଇଥିଲା। ଏହି ଦୁର୍ଘଟଣାରେ ଆମ୍ୱୁଲାନ୍ସରେ ଥିବା ରୋଗୀ ସମେତ ୬ ଚାପି ହୋଇଯାଇଥିଲେ। ଘଟଣା ସସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତ ୩ ଜଣଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି।